ଜଗତସିଂହପୁର: ତିର୍ତ୍ତୋଲ ଥାନା ସଁଅରା ଧୂଆଁ ପାରି ଗାଁରେ ଅଘଟଣ । ବିଲରେ ଧାନ କାଟୁଥିବା ବେଳେ ଧାନ କଟା ମେସିନ ତଳେ ଚାପି ହୋଇ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତ ଚାଷୀ ନରସିଂହପୁର ଗାଁର ବିଜୟ କାଣ୍ଡି ।
ଧାନ କଟା ସମୟରେ ସେ ଅସାବଧାନତା ବସତ ମେସିନ ଆଗକୁ ଚାଲିଯିବାରୁ ମେସିନ ତଳେ ଚାପି ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।