Odia News Portal

ମହିଳା ମୋର୍ଚ୍ଚା ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ

ଜଗତସିଂହପୁର: ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଶାରଦା ମଣ୍ଡପ ଠାରେ ତୃତୀୟ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି କ୍ରିଷ୍ଣା ମହାନ୍ତିଙ୍କ ସମେତ ବହୁ ଦଳୀୟ କର୍ମୀମାନେ ଯୋଗ ଦେଇ ଆଗାମୀ ଦିନରେ ବିଜେଡି ସରକାରର ମହିଳା ବିରୋଧୀ କାର୍ଯ୍ୟକ୍ରମକୁ ବିରୋଧ କରିବା ସହିତ ତୃଣମୂଳ ସ୍ତରରେ ସାଧାରଣ ଲୋକମାନଙ୍କୁ ମୋଦି ସରକାରର ବିଭିନ୍ନ ଯୋଜନା ଉପରେ ସଚେତନ କରାଇବା ଉପରେ ଆଲୋକପାତ କରିଥିଲେ ।