ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୁରା ଠାରେ କଂଗ୍ରେସର କର୍ମୀ ସମ୍ମିଳନୀର ଆୟୋଜନ କରାଯାଇଛି। ସନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଦ୍ୱାରା ଆୟୋଜିତ ଏହି ଦଳୀୟ କର୍ମୀ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ସମେତ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବିଧାନସଭାର କଂଗ୍ରେସର ମୁଖ୍ୟ ସଚେତକ ତାରା ବାହିନୀପତି ପ୍ରମୁଖ ଯୋଗ ଦେଲେ । ପ୍ରାୟ ୨୦ହଜାର କଂଗ୍ରେସ କର୍ମୀ ଯୋଗ ଦେଇଛନ୍ତି ପିସିସି ସଭାପତି ଭାବେ ନିରଞ୍ଜନ ପଟନାୟକଙ୍କ ଦାୟିତ୍ୱ ଗ୍ରହଣ ପରେ ଏହା ତାଙ୍କର ଗଂଜାମ ଜିଲ୍ଲାକୁ ପ୍ରଥମ ରାଜନୈତିକ ଗସ୍ତ। ଦଳୀୟ ନେତାଙ୍କୁ ସ୍ୱାଗତ କରିବାକୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଦୀର୍ଘ ଦିନ ବ୍ୟବଧାନରେ ଏଭଳି ବିରାଟ ଦଳୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାରୁ ସମସ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ସେପଟେ ଏହି କାର୍ଯ୍ୟକ୍ରମ ଉପରେ ରହିଛି ଶାସକ ବିଜେଡି ଓ ବିରୋଧୀ ବିଜେପି ଦଳର ନଜର। କଂଗ୍ରେସର କର୍ମୀ ସମ୍ମିଳନୀକୁ ନେଇ କର୍ମୀଙ୍କ ମଧ୍ୟରେ କଣ ରହିଛି ପ୍ରତିକ୍ରିୟା । ବେଳେ ତାରା ବାହିନୀ ପତି ବିଜେଡି ସରକାର ଉପରେ ବର୍ଷିଲେ