କଳାହାଣ୍ଡି: ‘ପେଥାଇ’ ପ୍ରଭାବରେ ରାଜ୍ୟ ସାରା ଲଗାଣ ବର୍ଷା ଲାଗି ରହିଥିବା ବେଳେ ଚାଷୀକୂଳ ମୁଣ୍ଡରେ ହାତ ହେଇ ବସିଛନ୍ତି । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ଗତକାଲି ଅପରାହ୍ନ ଠାରୁ ଆରମ୍ଭ ହୋଇଥିବା ବର୍ଷାରେ ବ୍ୟାପକ ଫସଳ କ୍ଷୟକ୍ଷତି ହୋଇଛି । କ୍ଷେତରେ ଥିବା ଧାନ ଫସଲ ଏବେ ଗଜା ହେବାକୁ ଲାଗିଲା ବେଳେ ଧାନ ଖଳାରେ ଥିବା ଅମଳ ଧାନ ଗଜା ହେବାକୁ ବସିଲାଣି । ବର୍ତ୍ତମାନ ଧାନ ଚାଷ ଅମଳ ସମୟ ହୋଇଥିବା ବେଳେ ଦାଉ ସାଜିଛି ଲଘୁଚାପଜନିତ ବର୍ଷା । ଏ ପରିପ୍ରେକ୍ଷିରେ ଚାଷୀ ମଣ୍ଡିରେ ଦେଉଥିବା ଧାନକୁ ମିଲରସମାନେ ନିର୍ଦ୍ଧାରିତ ଦର ଠାରୁ କମ୍ ମୁଲ୍ଯ ଦେଇ ଧାନ କିଣୁଥିବା ବେଳେ ଏବେ ବର୍ଷା ହେବା ଫଳରେ ଚାଷି ଅମଳ କରିଥିବା ଚାଷକୁ କିପରି ବିକ୍ରି କରିବେ ତାହା ଚାଷିଙ୍କ ଉପରେ ଭାଲେଣି ପଡିଛି। ତେଣୁ ପ୍ରଶାସନ ଏହାର ବିଚାର କରି ନିତୀନିୟମ କୋହଳ ନ କଲେ ଚାଷୀ କ୍ଷତି ଗ୍ରସ୍ତ ହେବା ନିଶ୍ଚିତ ବୋଲି ମତ ପ୍ରକାଶ ପାଇଛି । ଏଥି ପ୍ରତି ସରକାର ଦୁଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।