Odia News Portal

କାଳିଆ ପାଇଁ ୩୨୩୪ କୋଟି ବ୍ୟୟ ବରାଦ

ଭୁବନେଶ୍ବର ()  କାଳିଆପାଇଁ ୩୨୩୪କୋଟି ବ୍ୟୟବରାଦ କଲେ ରାଜ୍ୟ ସରକାର ।୨୫ଲକ୍ଷ ହିତାଧିକାରୀଙ୍କୁ ଖୁବଶୀଘ୍ର କାଳିଆ ଟଙ୍କା ମିଳିବ ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

ଜୁନ୍ ୪ ତାରିଖରେ କାଳିଆ ଯୋଜନାରେ ଅତିରିକ୍ତ ହିତାଧିକାରୀଙ୍କୁ ରାଜ୍ୟ ସରକାର ମଞ୍ଜୁରି ପ୍ରଦାନ ନେଇ କୃଷି ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିଲେ । ବିଜ୍ଞପ୍ତିରେ ଦର୍ଶାଯାଇଥିଲା ୨୦୧୮-୧୯ରେ ୪୨.୬୬ ଲକ୍ଷ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ (ଭାଗଚାଷୀ), ଭୂମିହୀନ ଚାଷୀ ପରିବାରଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ୨୦୧୯-୨୦ରେ ସେହି ତାଲିକାରେ ଅତିରିକ୍ତ ୨.୫ ଲକ୍ଷ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ (ଭାଗଚାଷୀ ସହିତ ୫ ଲକ୍ଷ ଭୂମିହୀନ ଚାଷୀ ପରିବାରଙ୍କୁ ଯୋଡା ଯାଇଥିଲା ।