Odia News Portal

କାଳିଆ ଯାଂଚ ଅବଧି ବଢିଲା

ଭୁବନେଶ୍ୱର () କାଳିଆ ଯୋଜନାର ହିତାଧିକାରୀ ମାନଙ୍କ ସମ୍ପର୍କରେ ହେଉଥିବା ଯାଂଚ ପ୍ରକି୍ରୟାର ସମୟସୀମାକୁ ରାଜ୍ୟ ସରକାର ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏସମ୍ପର୍କରେ ସମୀକ୍ଷା କରିବା ପରେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଧା ୫୧ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୧୩ ଲକ୍ଷ ହିତାଧିକାରୀଙ୍କ ସମ୍ପର୍କରେ ଯାଂଚ କରାଯାଇଛି ।ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ପରବର୍ତ୍ତି ପର୍ଯ୍ୟାୟର କାଳିଆ କିସ୍ତି ଆଉ ମିଳିବ ନାହିଁ । ତେବେ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ ପାଇଁ ହେଉଥିବା ଯାଂଚ ପ୍ରକି୍ରୟାର ସମୟସୀମାକୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପରିବର୍ତ୍ତି ପର୍ଯ୍ୟାୟରେ ପଂଚାୟତ,ବ୍ଲକ ଓ ଜିଲ୍ଲା ସ୍ତରରେ ଯାଂଚ କରାଯିବ । ଗତକାଲି ୧୨ ତାରିଖ ଏହି ଯାଂଚର ଶେଷ ତାରିଖ ରହିଥିଲା ।