Odia News Portal

କାଠମାଣ୍ଡୁରେ ପହଁଚିଲା କଳ୍ପନାଙ୍କ ମରଶରୀର

କଳ୍ପନା ଦାଶଙ୍କ ମରଶରୀର ଉଦ୍ଧାର କାର୍ୟ୍ୟ ସଫଳ ହୋଇଛି । ସୂଚନା ମୁତାବକ ଗୁରୁବାର ତାଙ୍କ ମରଶରୀରକୁ ବେସ୍ କ୍ୟାମ୍ପ-୪ରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କାଠମାଣ୍ଡୁକୁ ଅଣାଯାଇଛି । ସେଠାରେ କଳ୍ପନାଙ୍କ ପ୍ରାର୍ଥିବ ଶରୀରକୁ ପରିବାରକୁ ହସ୍ତାନ୍ତର କରାଯିବା ପରେ ଓଡ଼ିଶା ଅଣାଯିବ ବୋଲି ସୂଚନା ମିଳିଛି ।

ଏଭରେଷ୍ଟ ଆରୋହଣ କରି ଫେରୁଥିବା ବେଳେ ପ୍ରାଣ ହରାଇଥିବା ଖବର ପ୍ରଚାରିତ ହୋଇଥିଲା। କଳ୍ପନା ପୂର୍ବରୁ ୨୦୦୪ ଓ ୨୦୦୬ରେ ଏଭରେଷ୍ଟ ଆରୋହଣରେ ବିଫଳ ହୋଇଥିଲେ ମଧ୍ୟ ୨୦୦୮ ମେ ୨୧ରେ ନିଜ ସ୍ବପ୍ନକୁ ସାକାର କରିଥିଲେ।