Odia News Portal

ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କରୋନା ପଜିଟିଭ୍‌

ଭୁବନେଶ୍ୱର: ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କରୋନା ପଜିଟିଭ୍ ଚିହ୍ନଟ । ଭୁବନେଶ୍ୱର ଏମ୍ସରେ ତାଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଆଣ୍ଟିଜେନ ଟେଷ୍ଟ କରାଯିବା ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଜେପି ସଭାପତି ସମୀର ମହାନ୍ତି ଓ ଅନ୍ୟ କର୍ମକର୍ତ୍ତାମାନେ । ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରୁ ୨୦୦୪ ଓ ୨୦୦୯ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିଲେ କରେନ୍ଦ୍ର । ରାଜ୍ୟ ବିଜେପିର ସେ ଜଣେ ଚର୍ଚ୍ଚିତ ଚେହେରା ।