Odia News Portal

ସଡକ ଦୁର୍ଘଟଣା ରୋକିବାକୁ ସଚେତନତା ରାଲି

କଳାହାଣ୍ଡି:  ଦିନକୁ ଦିନ ସଡକ ଦୁର୍ଘଟଣା ବଢିଚାଲିଛି । ଏହାକୁ ଆଖି ଆଗରେ ରଖି କଳାହାଣ୍ଡି ଜିଳ୍ଲାର ସ୍ୱେଚ୍ଛାସେବୀ ସଂଗଠନ SOCIAL ACTIVIST OF KALAHANDI ଦ୍ୱାରା ସଡକ ଦୁର୍ଘଟଣା ସଚେତନତା ବାଇକ୍ ରାଲି କରାଯାଇଥିଲା । ଏହା ଜୁନାଗଡରୁ ବାହାରି ମୋଟେର ପର୍ଯ୍ୟନ୍ତ ଯାଇଥିଲା । ଏହି ରାଲି ରେ ୫୦ ରୁ ଉର୍ଦ୍ଧ ବାଇକ ସାମିଲ ହୋଇଥିଲା । ଏଥି ସହିତ ଜୁନାଗଡ ଆଇ.ଆଇ.ସି ରାଜେନ୍ଦ୍ର କୁମାର ଦେହୁରୀ ତଥା ଜୁନାଗଡ ସମସ୍ତ ପୋଲିସ ପ୍ରସାଶନ, ଭବାନୀପାଟଣା RTO ଅଧିକାରୀ ଦୀନବନ୍ଧୁ ଶୁଣ୍ଢି ଓ କର୍ମଚାରୀ ସହଯୋଗ କରିଥିଲେ । ମୋଟେର ପୋଲିସ ଏହାକୁ ସମର୍ଥନ ଜଣାଇ ସାହାର୍ଯ୍ୟ କରିଥିଲେ । ରାଲିରେ ଜୁନାଗଡ ଠାରୁ ଆରମ୍ଭ କରି ମୋଟେର ପର୍ଯ୍ୟନ୍ତ ସଚେତନତା ବାର୍ତ୍ତା ଯଥା-ଗାଡି ଚଲାଇଲା ବେଲେ ହେଲମେଟ୍ ର ବ୍ୟବହାର, ସିଟ୍ ବେଲ୍ଟ ପିନ୍ଧିବା ଗାଡି ଚଲାଇଲା ବେଲେ ଫୋନ୍ ରେ କଥା ନହେବା ଏ ସବୁକୁ ନେଇ ସଚେତନ କରାଯାଇଥିଲା ।