Odia News Portal

ଚାଲିଲା ଭିତରକନିକାରେ କୁମ୍ଭୀର ଗଣନା

ରାଜନଗର: ରାଜନଗର ଭିତରକନିକାରେ କୁମ୍ଭୀର ଗଣନା ଚାଲିଛି । ଚଳିତ ବର୍ଷ କୁମ୍ଭୀର ଗଣନା ପାଇଁ ୨୨ଟି ଟିମ୍‌ ଗଠନ କରାଯାଇଛି । ପ୍ରାଣୀବିଜ୍ଞାନୀ, କୁମ୍ଭୀର ବିଶେଷଜ୍ଞ ନେତୃତ୍ୱରେ ଗଠିତ ଟିମ କୁମ୍ଭୀର ଗଣନା କରୁଛନ୍ତି । ‘ଜାତୀୟ ଉଦ୍ୟାନରେ ୧୧ଟିମ୍‌,ରାଜନଗରରେ ବନାଞ୍ଚଳରେ ୭ଟିମ୍‌, ମହାକାଳପଡ଼ାରେ ୨ଟି ଟିମ୍‌ ଓ ଗହୀରମଥାରେ ଦୁଇ ଟିମ୍‌ କରୁଛନ୍ତି ଗଣନା । ଏହି ଗଣନା କାର‌୍ୟ୍ୟ ଆଜିଠାରୁ ଆରମ୍ଭ ହୋଇ ୧୨ ତାରିଖ ପର‌୍ୟ୍ୟନ୍ତ କରାଯିବ । ଓଡ଼ିଶାର ବିଶିଷ୍ଟ ବଉଳା କୁମ୍ଭୀର ବିଶେଷଜ୍ଞ ଡ.ସୁଧାକର କରଙ୍କ ପ୍ରତ୍ୟକ୍ଷ ତତ୍ୱାବଧନାନରେ ଗଣନା କାର‌୍ୟ୍ୟ କରାଯିବ ।