Odia News Portal

କେନ୍ଦ୍ରାପଡ଼ା ବିଜେପି ସଭାପତି ଅଟକ

କେନ୍ଦ୍ରାପଡ଼ା : ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ଆଶଙ୍କାରେ କେନ୍ଦ୍ରାପଡ଼ା ଜିଲା ବିଜେପି ସଭାପତିଙ୍କୁ ଅଟକ ରଖାଯାଇଛି। ବିଜେପି ସଭାପତି ହେଉଛନ୍ତି ଦୁର୍ଯ୍ୟୋଧନ ସାହୁ। ଶନିବାର ଦିନ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ସରୁମୁହିଁ ପେଟଛଲା ଠାରେ ବସୁଧା ପାନୀୟଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ବିଜେପି ପକ୍ଷରୁ କଳା ପତାକା ପ୍ରଦର୍ଶନ କରିବାକୁ ଯୋଜନା ଥିବା ନେଇ ପୁଲିସକୁ ଖବର ମିଳିଥିଲା। ପୁଲିସକୁ ଖବର ମିଳିବା ପରେ ବିଜେପି ସଭାପତିଙ୍କୁ ଅଟକ ରଖାଯାଇଥିବାର ସୂଚନା ମିଳିଛି।