କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ। ଝୁମ୍ପୁରା ବ୍ଲକ ଅଫିସ୍ ପାଖରେ ଥିବା ଆମ୍ବ ବଗିଚାରେ ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ସକାଳୁ ବାଲିବନ୍ଧ ପଟୁ ହାତୀ ଆସି ବଗିଚାରେ ଅଛନ୍ତି। ୮ଟି ହାତୀ ପ୍ରବେଶ କରିବାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଜନବସତି ଭିତରେ ହାତୀ ପସିଯିବାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଅନ୍ୟପଟେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀଗୁଡ଼ିକୁ ଘଉଡ଼ାଇବା ଲାଗି ଉଦ୍ୟମ କରୁଛନ୍ତି।