କନ୍ଧମାଳ: ପୁଣି ମାତିଲେ ଲାଲ୍ବାହିନୀ। କନ୍ଧମାଳ ସୁଡ୍ରୁକୁମ୍ପା ଟିକିରିପଡ଼ାରେ ମାତିଲେ ଲାଲ୍ତାଣ୍ଡବ। ପାତିଆମ୍ବାରେ ରାସ୍ତାକାମକୁ ବିରୋଧ କରି ପୋଡ଼ାଜଳା କରିଛନ୍ତି। ଠିକା କ୍ୟାମ୍ପ ସହ ୨ ଟ୍ରାକ୍ଟର ଓ ପିକଅପ ଭ୍ୟାନ୍ ଜାଳିଲେ। ବିଳମ୍ବିତ ରାତିରେ ୧୦-୧୨ ମାଓବାଦୀ ଆସି ଏହି ଲଙ୍କାକାଣ୍ଡ ଘଟାଇଛନ୍ତି।
ଏହାପରେ ଘଟଣାସ୍ଥଳରେ ମାଓ ପୋଷ୍ଟର ଛାଡି ଯାଇଛନ୍ତି। ଠିକାଦାରଙ୍କ ଉପରେ ପ୍ରତିଶୋଧ ନେବାକୁ ଏହି କାଣ୍ଡ ଘଟାଇଛନ୍ତି। ପୋଲିସ ଇନଫର୍ମର ସନ୍ଦେହରେ କ୍ୟାମ୍ପରେ କାର୍ୟ୍ୟରତ ଜଣେ କର୍ମଚାରୀ ରବୀନ୍ଦ୍ର ମଲିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।