କୋରାପୁଟ: ନକ୍ସଲଙ୍କ ପିଏଲ୍ଜିଏ ସପ୍ତାହ ଶେଷ ହେବାର ୨ ଦିନ ପରେ ନାରାୟଣପାଟଣା ପୁଲିସ୍ ଜଣେ ଠିକାଦାରଙ୍କୁ ଗିରଫ କରିଛି।
ନକ୍ସଲଙ୍କ ପାଇଁ ଚାନ୍ଦା ମାଗିବା ଅଭିଯୋଗରେ ପୁଲିସ୍ ତାଙ୍କୁ ଗିରଫ କରିଛି। ନାରାୟଣପାଟଣାର ବୋରଗୀ ପଞ୍ଚାୟତ ଅଞ୍ଚଳରେ ରାସ୍ତା କାମ ନିର୍ମାଣ କରୁଥିବା ଦୁଇଜଣ ଠିକାଦାରଙ୍କଠାରୁ ଅନ୍ୟ ଜଣେ ଠିକାଦାର ମୁରଲୀ କ୍ରିଷ୍ଣା ନକ୍ସଲଙ୍କ ନାଁରେ ୩୦ ଲକ୍ଷ ଚାନ୍ଦା ମାଗିଥିବା ଥାନାରେ ଅଭିଯୋଗ ହୋଇଥିଲା। ପୂର୍ବରୁ ମଧ୍ୟ ଏହି ସମାନ ଅଭିଯୋଗରେ ମୁରଲୀ କ୍ରିଷ୍ଣା ଗିରଫ ହୋଇଥିଲେ।