କେନ୍ଦ୍ରାପଡା: ଆଜିଠୁ ପର୍ୟ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ । କୁମ୍ଭୀର ଓ ପକ୍ଷୀ ଗଣାନା ପାଇଁ ୧୪ ତାରିଖ ପର୍ୟ୍ୟନ୍ତ ଭିତରକନିକା ବନ୍ଦ ରହିବ । ଏଥିପାଇଁ ୧୬ଟି ଟିମ ଗଠନ କରାଯାଇଛି । ପ୍ରତି ଟିମ୍ରେ ୩ରୁ ୪ ଜଣ ସରାକରୀ ଓ ବେସରକାରୀ ଲୋକ ଅଛନ୍ତି । ମୁମ୍ବାଇ ନେଚୁରାଲ ହିଷ୍ଟ୍ରି ସୋସାଇଟିର ଉପ-ନିର୍ଦ୍ଦେଶକ ଡ. ବାଲଚନ୍ଦ୍ରନ ନେତୃତ୍ୱରେ ପକ୍ଷୀ ଗଣନା ହେବ । ସେହିପରି ପ୍ରତିବର୍ଷ ପରି ଭିତରକନିକା ଓ ଗହିରମଥା ଜାତୀୟ ଉଦ୍ୟାନରେ ମଧ୍ୟରେ ଥିବାରେ ନଦୀନାଳରେ କୁମ୍ଭୀର ଗଣନା ହେବ । ପର୍ୟ୍ୟଟକ ଓ ବୋଟ ଚଳାଚଳ ଦ୍ୱାରା ଗଣାନାରେ ବାଧା ସୃଷ୍ଟି ହୋଇଥାଏ । ଏଥିପାଇଁ ଭିତରକନିକା ବନ୍ଦ ରଖାଯାଇଛି । କୁମ୍ଭୀର ବିଷାରଦ ଡାକ୍ତର ସୁଧାକର କରଙ୍କ ନେତୃତ୍ୱରେ ଗଣନା କରାଯିବ ।