Odia News Portal

ଡାକ କର୍ମଚାରୀମାନଙ୍କର ଅନିର୍ଦ୍ଧିଷ୍ଟ କାଳପାଇଁ ଧର୍ମଘଟ

କୋରାପୁଟ: ସାରା ଭାରତ ବର୍ଷରେ ଗ୍ରାମୀଣ ଡାକ କର୍ମଚାରୀ ମାନଙ୍କର ଅନିର୍ଦ୍ଧିଷ୍ଟ କାଳନୀ ଧର୍ମଘଟଚାଲିଥିବା ବେଳେ ଜୟପୁରରେ ମଧ୍ୟ କୋରାପୁଟ ଡ଼ିଭିଜନ ବ୍ରାଞ୍ଚ ତରଫରୁ ଧର୍ମଘଟ କରାଯାଇଛି। ଜୟପୁର ମୂଖ୍ୟ ଡାକଘର ନିକଟରେ ଧାରଣା ଦିଆଯାଇ ବିକ୍ଷୋଭ କରାଯାଇଛି। ଚାକିରି କାଳ ୧୨ବର୍ଷ, ୨୪ ବର୍ଷ, ୩୬ବର୍ଷ ହୋଇଥିବା ଜି.ଡି.ଏସ ମାନଙ୍କୁ ଆର୍ଥିକ ପଦୋନ୍ନତି ଦିଆଯାଉ, ଜି.ଡି.ସେ କମିଟି ରିପୋର୍ଟକୁ ସଂପୂର୍ଣ୍ଣ ଭାବେ ୧.୧.୧୬ ତାରିଖ ଠାରୁ ଲାଗୁ କରାଯାଉ ଆଦି ଦାବୀ ରହିଛି। ଦାଵି ପୂରଣ ନହେବା ଯାଏ ଧର୍ମଘଟ ଚାଲୁ ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।