Odia News Portal

କୋରାପୁଟ କଂଗ୍ରେସ ନିର୍ବାଚନ ମଣ୍ଡଳୀର କର୍ମୀ ସମ୍ମିଳନୀ

ଆଗାମୀ ନିର୍ବାଚନର ରଣନୀତି ପ୍ରସ୍ତୁତ କରିଛି କୋରାପୁଟ କଂଗ୍ରେସ ଦଳ। ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀମତି ମିନାକ୍ଷୀ ବାହିନୀପତିଙ୍କ ଆହ୍ୱାନ କ୍ରମେ କୋରାପୁଟ ବ୍ଲକ ଅନ୍ତର୍ଗତ ମହାଦେଇପୁଟ ଗ୍ରାମପଞ୍ଚାୟତ ର ଏକଟାଗୁଡା ଗ୍ରାମର ଫୁଟବଲ ପଡିଆ ଠାରେ କର୍ମୀ ସମ୍ମିଳନୀ ର ଆୟୋଜନ କରାଯାଇଥିଲ । ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ବରିଷ୍ଠ ନେତା ସହ କର୍ମୀ ମାନେ ଯୋଗ ଦେଇଥିଲେ। କୋରାପୁଟ ନିର୍ବାଚନ ମଣ୍ଡଳୀ ର ବହୁ କଂଗ୍ରେସ କର୍ମି ସରପଞ୍ଚ, ୱାର୍ଡ ମେମ୍ବର, ସମିତି ସଭ୍ୟ ମାନେ ଯୋଗଦେଇଥିଲେ ଏବଂ ସୁନାବେଡା ଓ କୋରାପୁଟ ପୌରପରିଷଦ ର ନେତା ଏବଂ କର୍ମ ମାନେ ଯୋଗ ଦେଇଥିଲେ। ବୈପାରିଗୁଡା ବ୍ଲକ, ଲମତାପୁଟ ବ୍ଲକ, କୋରାପୁଟବ୍ଲକ ରୁ ବରିଷ୍ଠ ନେତାମାନେ ଯୋଗ ଦେଇ କଂଗ୍ରେସ ଦଳକୁ କିପର ମଜବୁତ କରିପାରିବା ସେ ଉଦେଶ୍ୟ ମତ ପ୍ରଦାନ କରିଥିଲେ। ଏହି କର୍ମି ସମ୍ମିଳନୀରେ ମୁଖ୍ୟ ଉଦ୍ଦେଶ୍ୟ କୋରାପୁଟ କଂଗ୍ରେସ କର୍ମୀମାନଙ୍କୁ ସଜାଗ କରି କଂଗ୍ରେସ ଦଳ କୁ ମଜବୁତ କରିବା ପାଇଁ କଂଗ୍ରେସ ଦଳର ସଚେତକ ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରା ପ୍ରସାଦ ବାହିନୀପତି ଗୁରୁ ମନ୍ତ୍ର ଦେଇଥିଲେ ଓ କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ଙ୍କୁ ଜିତାଇବା ଲକ୍ଷ ରଖି କର୍ମୀ ଙ୍କ ମନ କୁ ମଜବୁତ କରିବାକୁ ଅନୁରୋଧ କରିଥିଲେ। ଆସନ୍ତା ୨୦ ତାରିଖରେ ୨୦ ହଜାର ଆଦିବାସୀ ଙ୍କୁ ନେଇ ଏକ ମହା ସମାବେଶ କରାଯିବ ବୋଲି ତାରାପ୍ରସାଦ ବାହିନୀପତି କହିଥିଲେ ଏବଂ।

ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ କୃଷକ ସେଲ ର ସଭାପତିକୃଷ ଚନ୍ଦ୍ର ନେପାତ ଉପସ୍ଥିତ ରହି ନୂତନଭାବେ ମହାଦେଇପୁଟ କୃଷକ ସେଲ ସଭାପତି ନାମ ଘୋଷଣା କରିଥିଲେ, ଜିଲା ଉପସଭାପତି ପୁର୍ବତନ ବିଧାୟକ ରାମ ଚନ୍ଦ୍ର କାଡ଼ାମ, ପୁର୍ବତନ ବିଧାୟକ ନିମାଇଁ ସରକାର,କୋରାପୁଟ ବ୍ଲକ ସଭାପତି ଶିବ ଗୋଲୋରୀ, ଉପସଭାପତି ପ୍ରହଲ୍ଲାଦ ଖରା, ବାବୁଲା ବେନିଆ ,ପି ସି ସି ମେମ୍ବର ଜଗଦୀଶ ଖସଲା,କୋରାପୁଟ ବ୍ଲକ ଏ ସି ସେଲର ସଭାପତି ରମେଶ ବକିଆ,ଜିଲା ସାଧାରଣ ସମ୍ପାଦକ ଦୂର୍ଗା ପ୍ରସାଦ ଶର୍ମା , ଏବଂ ସମସ୍ତ ପିସିସି ମେମ୍ବର ଉପସ୍ଥିତ ଥିଲେ ।ଏହି ସଭା କୁ ଜଗଦୀଶ ଖୋସାଲା ପରିଚାଳନା କରିଥିଲେ।