Odia News Portal

କାଲିଠୁ ଭୁବନେଶ୍ୱରର ଏହି ୨ ସ୍ଥାନରେ ମିଳିବ ଲର୍ଣ୍ଣିଂ ଲାଇସେନ୍ସ

ଭୁବନେଶ୍ୱର()  ଗ୍ରାହକଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଦେବା ପାଇଁ ରାଜଧାନୀ ଭୁବନେଶ୍ୱରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପରିବହନ ବିଭାଗ ସହିଦନଗରସ୍ଥିତ ବିଏମ୍ସି କାର୍ୟ୍ୟାଳୟ ଓ ଓଏସଆରଟିସି (ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ) ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ଏହି ୨ଟି କେନ୍ଦ୍ରରୁ ଗ୍ରାହକମାନଙ୍କୁ ସୋମବାର (ସେପ୍ଟେମ୍ବର ୩୦ ଠାରୁ ଅକ୍ଟୋବର ୪ ତାରିଖ ଯାଏଁ ଲର୍ଣ୍ଣିଂ ଲାଇସେନ୍ସ ମିଳିବ। ଭୁବନେଶ୍ୱରରେ ଏବେ ୨ଟି ଆରଟିଓ କାର୍ୟ୍ୟାଳୟ ଅଛି। ଭୁବନେଶ୍ୱରରେ ମାତ୍ରାଧିକ ଯାନବାହନ ଥିବାରୁ ଏହି ୨ଟି କାର୍ୟ୍ୟାଳୟରୁ ଗ୍ରାହକଙ୍କୁ ଲାଇସେନସ୍ ଦେବାରେ ବିଳମ୍ବ ହେଉଛି। ତେଣୁ ଭିଡକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ୨ଟି ସ୍ୱତନ୍ତ୍ର କେନ୍ଦ୍ର ଖୋଲାଯାଉଛି।