Odia News Portal

ବିଶ୍ୱ ରେକର୍ଡ କଲେ ଓଡିଆ ଝିଅ

ବିଶ୍ୱ ରେକର୍ଡ କଲେ ଓଡିଆ ଝିଅ ଲିପିକା ସେଠ୍ ।ା ଋଷିଆର ମାଉଣ୍ଟ ଏଲବ୍ରସ ଶୃଙ୍ଗକୁ ସଫଳତାର ସହ ଆରୋହଣ କରି ସେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହି ଶୃଙ୍ଗର ଉଚ୍ଚତା ପ୍ରାୟ ୫ ହଜାର ୬୪୨ ମିଟର ବା ୧୮ ହଜାର ୫୧୦ଫୁଟ । ଏହି ଗିରିଶୃଙ୍ଗ ଆରୋହଣରେ ଲିପିକା ହୋଇଛନ୍ତି ରାଜ୍ୟର ଅଷ୍ଟମ ତଥା ଦ୍ୱିତୀୟ ମହିଳା ପ୍ରତିଯୋଗୀ ।

ଲିପିକାଙ୍କ ଘର ବରଗଡ ଜିଲ୍ଲା ଡଲବା ଅଞ୍ଚଳରେ । ମାଉଣ୍ଟ ଏଲବ୍ରସ ହେଉଛି ୟୁରୋପ ମହାଦେଶର ସବୁଠାରୁ ଉଚ୍ଚତମ ଗିରି ଶୃଙ୍ଗ । ମାଉଁଟ ଏଲବ୍ରସ ବିଜୟୀ ହେବା ପରେ ଆସନ୍ତା ଡିସେମ୍ୱର ମାସରେ ଆମେରିକାର ସବୁଠାରୁ ଉଚ୍ଚତମ ଗିରିଶୃଙ୍ଗ ଆକାନକାଗୁଆ ଯାହାର ଉଚତା ୬ ହଜାର ୯୬୨ ମିଟର ,ତାକୁ ଆରୋହଣ କରିବା ଯୋଜନା ରଖିଛନ୍ତି । ପୂର୍ବରୁ ସେ ଆଫ୍ରିକା ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ କିଲମାଞ୍ଜାରୋକୁ ଆରୋହଣ କରିବାରେ ସଫଳତା ହାସଲ କରିଥିଲେ ।