Odia News Portal

କର୍ମଚାରୀଙ୍କ ଆଚରଣ ନେଇ ଲୋକସେବା ଭବନରେ ଅଶାନ୍ତି

ଗୃହ ବିଭାଗର ସଚିବାଳୟ ସେବା ଶାଖାକୁ ବିବାଦ କେବେବି ପିଛା ଛାଡୁନି । ଏଠି କେବେ ପଦୋନ୍ନତିରେ ବିଭ୍ରାଟ ତ କେବେ ପଦକ୍ରମ ତାଲିକା ପ୍ରସ୍ତୁତିରେ ଏପଟ ସେପଟ । କେବେପୁଣି ଅଦାଲତକୁ ଭୁଲ ତଥ୍ୟ ଦିଆଯାଉଛି ତ ଆଉ କେବେ ଅଦାଲତ ନିର୍ଦ୍ଦେଶକୁ ଭୁଲ ତର୍ଜମା । ବଦଳିରେ ପାତର ଅନ୍ତର ପାଇଁ ବରିଷ୍ଟ ଅଧିକାରୀଙ୍କ ଅପେକ୍ଷା ଖୋଦ ସଚିବାଳୟ ସେବାର ଅଧିକାରୀମାନେ ବେଶି ମାତ୍ରାରେ ଦାୟୀ ବୋଲି ଆଲୋଚନା ହେଉଛି । ଏଥିପାଇଁ ସଚିବାଳୟ ସେବା ବର୍ଗରେ ଅଶାନ୍ତି ବଢିବାର ଦେଖାଦେଇଛି ।

ବିଭିନ୍ନ ବିଭାଗରେ ବୁଲିବୁଲି ଏବେ ଜଣେ ସେକ୍ସନ ଅଫିସର ଗୃହ ବିଭାଗରେ ପହଞ୍ଚିଛନ୍ତି । ଅଭିଯୋଗ ଅନୁଯାଇ ସେ ଭଲ ବିଭାଗ ଚାହୁଁଥିଲେ, କିନ୍ତୁ ଶେଷରେ ତା\’ଙ୍କୁ ଗୃହ ବିଭାରେ ରହିବାକୁ ପଡିଲା । ଏକ ପୁଲିସ ସମ୍ପର୍କିତ ଶାଖାରେ ତା\’ଙ୍କୁ କାମ ଦିଆଗଲା । ପୂର୍ବ ପରିଚିତ ଅତିରିକ୍ତ ଶାସନ ସଚିବଙ୍କୁ ହାତକରି ସଚିବାଳୟ ସେବାଶାଖାର ଅତିରିକ୍ତ ଦାୟିô ହାତେଇଲେ । କାମ ଆରମ୍ଭରୁ ବିଭ୍ରାଟ ଦେଖାଦେଲା । ନିଜ କାମବାଦ ସେ ଅନ୍ୟ କାମରେ ମଧ୍ୟ ଦଖଲ ଦେଲେ । ଅତିରିକ୍ତ ଶାସନ ସଚିବଙ୍କୁ ଧରି ନିଜଇଚ୍ଛା ଅନୁସାରେ କାମ କରାଇବାକୁ ଚେଷ୍ଟାକଲେ । କୌଣସି କାରଣ ନଥାଇ ବ୍ୟକ୍ତିଗତ ଆକ୍ରୋଶରେ ଶ୍ରମ ବିଭାଗର ଅନୁଶାସନ ସଚିବଙ୍କୁ ବଦଳି କରାଇଲେ । ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ହସ୍ତକ୍ଷେପ ଯୋଗୁଁ ଏ ବଦଳି ବାତିଲ ହେଲା । ଏଥିରୁ ସମ୍ପୃକ୍ତ ଅତିରିକ୍ତ ଶାସନ ସଚିବ କିଛି ଶିଖିଲେ ନୟହିଁ । ବାରମ୍ବାର ଉକ୍ତ ସେକ୍ସନ ଅଫିସରଙ୍କ କଥାରେ ଚାଲିଲେ । ଗୋଟିଏ ପରେ ଗୋଟିଏ ଭୁଲ ହୋଇଚାଲିଲା । ପୁନର୍ବାସ ଥଇଥାନ ସମ୍ପର୍କିତ ନଥିରେ ସେକ୍ସନ ଅଫିସର ମହାଶୟ ଆଇନ ଓ କୋର୍ଟ ନିର୍ଦେଶକୁ ଅଣଦେଖା କରି ଅତିରିକ୍ତ ଶାସନ ସଚିବଙ୍କ ହାତରେ ଫଇସଲା କରାଇନେବାକୁ ଚେଷ୍ଟା କଲେ ।

ଏଥିପାଇଁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲା । ବିଧି ଅଧିକାରୀ ବନାମ ସଚିବାଳୟ ସେବା ମାମଲାରେ ଅଦାଲତରେ ମାମଲା ବିଚାରାଧୀନ ଥିବା ସମୟରେ , ସେ ବିଧି ଅଧିକାରୀଙ୍କ ସପକ୍ଷରେ ଯାଇ ସେମାନଙ୍କୁ ପଦୋନ୍ନତି ଦେବାକୁ ଦିନରାତି ମସୁଧା ଚଳାଇଲେ । ମୋଟା ଅଙ୍କର ଅର୍ଥ ଏଥିପାଇଁ କାରବାର ହୋଇଥିବାର ଅଭିଯୋଗ ହୁଏ । ଏପରିକି ସେ ନିଜ କ୍ୟାଡର ବିପକ୍ଷରେ ଯିବାକୁ ପଛାଇଲେ ନାହିଁ । ଅନେକ ହଇଚଇ ହେବାରୁ ଓ ମାନ୍ୟବର ମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁଁ ଏହା ବନ୍ଦ ରହିଲା ।

କେବଳ ଏତିକିରେ ଶେଷ ହେଲାନାହିଁ ସେକ୍ସନ ଅଫିସରଙ୍କ ଖେଳ । ସଚିବାଳୟ ସେବାର ଭାଇଚାରାକୁ ମଧ୍ୟ ସେ ଦଳିଦେଲେ । ତାଙ୍କଠାରୁ ପଦବୀ, ବ୍ୟାଚ, ଏପରିକି ୧୫ /୧୭ ବର୍ଷ ବୟସରେ ବଡ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କଲେ । ଯିଏ ଶାଖାକୁ କିଛି ବିଝିବାକୁ ଗଲା, ତାକୁ ଦୂର ଦୂର, ମାର, ମାର କଲେ । କାହାକୁ ଜନ୍ତୁ ବୋଲି କହିଲେ ତ, କାହାକୁ ଜୀବନ ଖାଇବାକୁ ଆସିଗଲେ ବୋଲି କଟାକ୍ଷ କଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ମଧ୍ୟ ଅର୍ଡରଟିଏ ବାହାରିବାକୁ ଅଧିକାରୀଙ୍କୁ ଦିନ ଦିନ ବାରଣ୍ଡାରେ ଛିଡାହେବାକୁ ପଡିଲା । ଦିନକୁ ଦିନ ତାଙ୍କ ଦୁର୍ବ୍ୟବହାର ବଢିବାକୁ ଲାଗିଛି । ସେଦିନର ଅତିରିକ୍ତ ଶାସନ ସଚିବ ଆଜି ଓ. ଏସ.ଡି. । ଓ. ଏସ.ଡି ଙ୍କ ଉପରେ ସଚିବଙ୍କ ଭରଷା ଅଛି । ଓ. ଏସ.ଡି ଙ୍କୁ କିଛି କାମ ଆସେ ନାହିଁ ଏବଂ ସେ ଏ ବାବୁଙ୍କ ଉପରେ ର୍ନିଭର କରନ୍ତି ବୋଲି ଆଲୋଚନା ଚାଲିଛି । ତେଣୁ ସେକ୍ସନ ଅଫିସର ବାବୁ ପୁରା କ୍ଷମତାଶାଳି ହୋଇଯାଇଛନ୍ତି । ତାଙ୍କର ଅତୀତର ସମସ୍ତ କେଳାଙ୍କାରି ଉପରେ କର୍ମଚାରୀ ମାନେ ଦୃଷ୍ଟି ରଖିଛନ୍ତି । ସେସବୁ ସଚିବ, ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବେ ବୋଲି ମସୁଧା କରୁଛନ୍ତି ।