Odia News Portal

ଶସ୍ତା ହେଲା ଗ୍ୟାସ ସିଲିଣ୍ଡର

ଗତ କିଛି ମାସ ମଧ୍ୟରେ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ପାଇଥିବା ବେଳେ ଏବେ ଉପଭୋକ୍ତାଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଏଣିକି ଉପଭୋକ୍ତା ୫୦ ଟଙ୍କା ଶସ୍ତାରେ ପାଇପାରିବେ ଗ୍ୟାସ୍ ସିଲିଣ୍ଡର । ତେବେ ଆସନ୍ତୁ ଜାଣିବା ଏଥିପାଇଁ ଆପଣ କେମିତି କରିବେ ବୁକିଂ ।

ବିଭିନ୍ନ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ଆପଣ ଗ୍ୟାସ ବୁକିଂ କରିଥାନ୍ତି । କିନ୍ତୁ ଯଦି ଆପଣ ଆମାଜନ ପେ ଜରିଆରେ ଗ୍ୟାସ୍ ବୁକ୍ କରିବେ, ତେବେ ଆପଣଙ୍କୁ ୫୦ ଟଙ୍କା ଫେରସ୍ତ ମିଳିବ । ତେବେ ଆମାଜନ ପେ ଜରିଆରେ ଆପଣ ଇଣ୍ଡେନ ଗ୍ୟାସ, ଭାରତ ଗ୍ୟାସ ଏବଂ ଏଚପି ଗ୍ୟାସ କମ୍ପାନୀର ଗ୍ୟାସ ସିଲିଣ୍ଡର ବୁକ୍ କରିପାରିବେ । ଆଉ ଏହା ପରେ ଆପଣଙ୍କୁ ୫୦ ଟଙ୍କା କ୍ୟାସବ୍ୟାକ ମିଳିବ ।

ପ୍ରଥମେ ଆପଣ ଆମାଜନ୍୍ ଆପର ପେମେଂଟ ଅପସନକୁ ଯାଆନ୍ତୁ, ଏହା ପରେ ଆପଣଙ୍କ ଗ୍ୟାସ ସେବା ବିତରକଙ୍କୁ ଚୟନ କରନ୍ତୁ । ଏହା ପରେ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବର ଏବଂ ଏଲପିଜି ନମ୍ବର ଦିଅନ୍ତୁ । ଏବେ ଆପଣ ଆମାଜନ ପେ ଜରିଆରେ ଟଙ୍କା ପୈଠ କରିପାରିବେ ।

ତେବେ ଏହି ଅଫର ଅଗଷ୍ଟ ୩୧ ତାରିଖ ପର୍ୟ୍ୟନ୍ତ ହିଁ ରହିଛି । ଗ୍ୟାସ ସିଲିଣ୍ଡର ବୁକ୍ କରିବା ପରେ ଏବଂ ପେମେଂଟ କରିବା ପରେ ଆପଣଙ୍କ ଘରେ ଆସି ଗ୍ୟାସ ସିଲିଣ୍ଡର ପହଞ୍ଚିଯିବ ।