Odia News Portal

ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀ ରାସ୍ତାର ଭିତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ମହାନଗର ନିଗମ ଅନ୍ତର୍ଗତ ୮ ନମ୍ବର ୱାର୍ଡର ଡିଷ୍ଟି୍ରକ ସେଣ୍ଟର ଠାରେ ୩୮,୯୦.୦୦୦ ଟଙ୍କା ବ୍ୟୟ ଅଟକଳରେ ଏକ ରାସ୍ତାର ଶୁଭ ଉଦଘାଟନ ବିଧାୟକ ସୁଶାନ୍ତ ରାଉତଙ୍କ ଦ୍ୱାରା ହୋଇଛି ।

ଆଉ ଦୁଇଟି ରାସ୍ତା ଏଲ.ଆଇଜି -୪୩ ଠାରୁ ଉଡବ୍ଲଏସ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ ୧୪,୦୦.୦୦୦ଟଙ୍କା ଓ ଏମ.ଆଇଜି-୨ ଓ ବ୍ଲକ ନମ୍ବର -୫୪ ଠାରୁ ଏଲ. ଆଇଜି-୯ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀ ରାସ୍ତାର ଭିତିପ୍ରସ୍ତର ସ୍ଥାପନ କରାଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ପୁର୍ବତନ କର୍ପୋରେଟର ମୋନାଲିସା ସାହୁ, ୱାର୍ଡ ସଭାପତି ଲକ୍ଷ୍ମୀଧର ସାହୁ, ଯୁବନେତା ମନୋଜ ସାହୁ, ସମରେନ୍ଦ୍ର ସାହୁ, ଅଞ୍ଚଳର ମୁରବୀ ମଧୁମାଧବ ଜେନା ସମେତ ମହାନଗର ନିଗମର ବହୁ ପଦାଧିକାରୀ ଯୋଗଦେଇଥିଲେ ।

ବିଧାୟକଙ୍କର ଏପରି ଲୋକାଭିମୁଖି କାର୍ଯାକୁ ଅଞ୍ଚଳର ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଥିଲେ ଏବଂ ବିଧାୟକ ମଧ୍ୟ ଏ ଅଞ୍ଚଳର ବିକାଶକୁ ଆହୁରି ତ୍ୱରାନ୍ୱୀତ୍ୱ କରିବାକୁ ପ୍ରତିଶୃତି ଦେଇଥିଲେ ।