Odia News Portal

କରୋନା ପାଇଁ ଆଗୁଆ ମିଳିବ ମଧୁବାବୁ ପେନସନ୍

ଭୁବନେଶ୍ୱର() ରାଜ୍ୟ ସରକାର କରୋନା ମୁକାବିଲା ଲାଗି ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କରୋନା ପାଇଁ ଗାଁ ସ୍ତରରେ ମଧୁବାବୁ ପେନସନ୍ ମିଳିବ। ପଞ୍ଚାୟତ ବଦଳରେ ଏଥର ଗାଁ ସ୍ତରରେ ଏହି ପେନସନ୍ ଦିଆଯିବ ବୋଲି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ଆଜି ଏହି ସୂଚନା ଦେଇଛନ୍ତି। ମାର୍ଚ୍ଚ ୨୨ରୁ ୨୩ ତାରିଖ ମଧ୍ୟରେ ଏହି ପେନ୍ସନ୍ ଟଙ୍କା ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

କରୋନା ପାଇଁ ଚାରିମାସର ଆଗୁଆ ଭତ୍ତା ଦିଆଯିବ ବୋଲି ମାର୍ଚ୍ଚ ୧୭ ତାରିଖରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ଘୋଷଣା କରିଥିଲେ। ଏପ୍ରିଲ, ମେ, ଜୁନ୍ ଓ ଜୁଲାଇ ମାସ ପାଇଁ ଆଗୁଆ ଭତ୍ତା ଦିଆଯିବ ବୋଲି ସେ କହିଥିଲେ। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟର ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ ।

ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି । ଗତକାଲି ଆରଏମଆରସିକୁ ପଠାଯାଇଥିବା ୧୪ଟି ନମୂନା ମଧ୍ୟରୁ ଗୋଟିଏ ପଜିଟିଭ୍ ବାହାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ଜଣଙ୍କ ୟୁରୋପର ଏକ ଦେଶରେ ପାଠ ପଢ଼ୁଥିବା ବେଳେ ବୁଧବାର ଓଡିଶା ଫେରିବା ପରେ ନିଜଆଡୁ ସରକାରଙ୍କ ପୋର୍ଟାଲରେ ନାଁ ପଞ୍ଜୀକରଣ କରିଥିଲେ ।