Odia News Portal

ବୋଲଗଡରେ ଡିସେମ୍ବର ୯ରୁ ତିନି ଦିନିଆ ଗାନ୍ଧୀ ମହୋତ୍ସବ

ଭୁବନେଶ୍ୱର() ସାଂସ୍କୃତିକ ତଥା ସାମାଜିକ ଅନୁÂାନ ‘ନନ୍ଦିଘୋଷ’ର ଏକ ସ୍ୱତନ୍ତ୍ର ବୈଠକ ଅନୁÂାନର ସଭାପତି ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଥିଲା । ସ୍ଥାନୀୟ ଖାରବେଳ ନଗରସ୍ଥିତ ଚିଲିକା ବିଧାୟକ ତଥା କାର୍ଯ୍ୟକାରୀ ସଭାପତି ପ୍ରଶନ୍ତ କୁମାର ଜଗଦେବଙ୍କ ସରକାରୀ ବାସଭବନରେ ଅନୁÂିତ ଏହି ବୈଠକରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଗାନ୍ଧୀଙ୍କ ବୋଲଗଡ ସ୍ମୃତିକୁ ବଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।

ସୂଚନାଅନୁସାରେ: ମହାତ୍ମା ଗାନ୍ଧୀ ୧୯୨୭ ମସିହାରେ ଓଡିଶା ଗସ୍ତ ଅବସରରେ ଡିସେମ୍ବର ୯,୧୦,୧୧ ତାରିଖ ତିନିଦିନ ଧରି ବୋଲଗଡରେ ଅବସ୍ଥାନ କରିଥିଲେ । ସେହି ଐତିହାସିକ ସ୍ମୃତିକୁ ମନେପକାଇ ‘ନନ୍ଦିଘୋଷ’ ପକ୍ଷରୁ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଆସନ୍ତା ଡିବେମ୍ବର ୯,୧.୧୧ ତାରିଖରେ ତିନିଦିନ ଧରି ବୋଲଗଡରେ ଗାନ୍ଧୀ ମହୋତ୍ସବ ପାଳନ କରାଯିବ । ଏହି ଅବସରରେ ପ୍ରଭାତଫେରୀ ସମୂହ ସଫେଇ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା , ନିଶା ନିବାରଣ ଶପଥ ପାଠ ଓ ନିଶା ବିରୋଧୀ ମହିଳା ସମ୍ମିଳନୀ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁÂିତ ହେବ । ରାଜ୍ୟ ସରକାରଙ୍କ ଗାନ୍ଧୀ ସର୍କିଟରେ ବୋଲଗଡର ନାମ ନଥିବାରୁ ବୈଠକରେ ଉଦବେଗ ପ୍ରକାଶ କରାଯିବା ସହ ତୁରନ୍ତ ବୋଲଗଡକୁ ଗାନ୍ଧୀ ସର୍କିଟରେ ସାମିଲ କରିବା ସହ ଏହି ଐତିହାସିକ କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ସମସ୍ତ ସହଯୋଗ ପ୍ରଦାନ ପାଇଁ ଅନୁÂାନ ପକ୍ଷରୁ ଅନୁରୋଧ କରାଯାଇଥିଲା ।

ଏହାଛଡା ଏହି ଉତ୍ସବକୁ ସଫଳ କରିବା ପାଇଁ ସମସ୍ତ ଗାନ୍ଧୀବାଦୀ, ଖଦୀ ପ୍ରେମୀ ତଥା ବୋଲଗଡର ସ୍ଥାନୀୟ ଜନସାଧାରଣ ଆନ୍ତରିକ ସହଯୋଗ କାମନା କରାଯାଇଥିଲା । ଏହି ବୈଠକରେ ରବୀନ୍ଦ୍ର କୁମାର ପରିଡା, ହରିବନ୍ଧୁ ସାହୁ,ଗୁଣନିଧି ହୋତା,ପ୍ରାଣକୃଷ୍ନ ବେହେରା, ସନାତନ ପାଟ୍ଟଶାଣୀ ଓ ବାସୁଦେବ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।