କେନ୍ଦ୍ରାପଡା() ସାରା ବିଶ୍ଵ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି କରୋନା । ରାଜ୍ୟରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ଏହାରି ଭିତରେ ଶନିବାର ଦିନ କେନ୍ଦ୍ରାପଡାରେ ନୈ।ଜବାନ ୟୁନିୟନ ସଦସ୍ୟଙ୍କ ନେତୃତ୍ବରେ ମୀରପାଟନା ମନ୍ଦିର ନିକଟରେ ମହେଶ କର ଫାଉଣ୍ଡେସନ ତରଫରୁ ଏମଡି ଆମିରଙ୍କ ଦ୍ବାରା ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି । ସାମାଜିକ ଦୂରତା ଓ କରୋନା ନିୟମକୁ ପାଳନ କରାଯାଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା ।
ଏହାସହ ଏହି କାର୍ଯ୍ୟକ୍ରମରେ ସରକାର କରିଥିବା କଟକଣା ଓ ନିୟମକୁ ମାନିବା ପାଇଁ ଅନୁରୋଧ କରାଯାଇଥିଲା ।