Odia News Portal

ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ମିଡିଆ ଉପଦେଷ୍ଟା ନିଯୁକ୍ତ

ଭୁବନେଶ୍ଵର (): ଦୀର୍ଘଦିନ ହେଲା ଓଡ଼ିଶାର ଗଣମାଧ୍ୟମ ସହ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା ବିଜେଡିର ଯୁବ ନେତା ମାନସ ମଙ୍ଗରାଜଙ୍କୁ ରାଜ୍ୟ ସରକାରଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି । ତାଙ୍କୁ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀ ମଙ୍ଗରାଜ ଏହାପୂର୍ବରୁ ବିଜୁ ଜନତା ଦଳର ଗଣମାଧ୍ୟମ ସେଲର ନେତୃତ୍ଵ ନେଉଥିଲେ। ଏବେ ସେ ସରକାରଙ୍କ ଗଣମାଧ୍ୟମ ନୀତି ଆଲୋଚନାରେ ଭାଗ ନେବା ସହ ନିଜର ପରାମର୍ଶ ଦେଇପାରିବେ। ତାଙ୍କୁ ରାଜ୍ୟ ମନ୍ତ୍ରୀ ପାହ୍ୟା ମିଳିବ । ସାମ୍ବାଦିକତାରୁ ରାଜନୀତିକୁ ଆସିଥିବା ମାନସ ଦଳର ସାଂଗଠନିକ କାର୍ଯ୍ୟକ୍ରମରେ ଦୀର୍ଘ ଦିନ ଧରି ଜଡିତ ଅଛନ୍ତି । ଦଳର ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବକୁ ସୁଚାରୁରୂପେ ତୁଲାଇଛନ୍ତି ।