Odia News Portal

ଭାଇରାଲ ପ୍ରଶ୍ନପତ୍ରର ତଦନ୍ତ ହେବ

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ସମ୍ପର୍କରେ ତଦନ୍ତ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି । ଆଜି ପରୀକ୍ଷାର ପ୍ରଥମ ଦିବସରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଶ୍ନପତ୍ର ଭାଇରାଲ ହେଇଥିବା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ଏଭଳି ହୋଇଥିବ ସେ ବିଶ୍ୱାସ କରୁନାହାନ୍ତି । ତେବେ ଯଦି ଏ ସମ୍ପର୍କରେ ପ୍ରମାଣ ମିଳେ ତାର ତଦନ୍ତ କରାଯିବ ।
ମାଧ୍ୟମିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷ ଜାହନାରା ବେଗମ କହିଛନ୍ତି ଯେ ପରୀକ୍ଷା ଆରମ୍ଭ ହେବା ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଏହା କିପରି ହେଲା ସେ ଦମ୍ପର୍କରେ ଅନୁସନ୍ଧାନ କରାଯିବ । ପରୀକ୍ଷା ହଲକୁ ମୋବାଇଲ ନେବା ନିଷେଧ କରାଯାଇଥିଲେ ମଧ୍ୟ କେଉଁ ପରିସ୍ଥିତିରେ ଭାଇରାଲ ହୋଇଛି ତାହାର ତଦନ୍ତ କରାଯିବ । ଏହା ମଧ୍ୟରେ ପ୍ରକୃତ ପ୍ରଶ୍ନପତ୍ର ଓ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ପାୟ ସମାନ ଥିବା ଜଣାପଡିଛି ।