Odia News Portal

ଭଦ୍ରକରେ ହେବ ମେଡ଼ିକାଲ କଲେଜ

ଭୁବନେଶ୍ୱର() ଭଦ୍ରକରେ ସ୍ଥାପନ ହେବ ନୂତନ ମେଡ଼ିକାଲ କଲେଜ । ଏନେଇ ଘୋଷଣା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ତେବେ ମେଡିକାଲ୍ କଲେଜ ପାଇଁ ୨୫ ଏକର ଜାଗା ଚିହ୍ନଟ ସରିଛି । ଆସନ୍ତା ବର୍ଷ ଫେବୃୟାରୀ ସୁଦ୍ଧା ନିର୍ମାଣ କାର୍ୟ୍ୟ ଆରମ୍ଭ ହେବ ।

ମନ୍ତ୍ରୀ କହିଛନ୍ତି ଯେ, ଭଦ୍ରକରେ ସ୍ଵାସ୍ଥ୍ୟ ସେବାକୁ ଦୃଷ୍ଟିରେ ରଖି ଏଠାରେ ନୂତନ ମେଡ଼ିକାଲ କଲେଜ୍ ନିର୍ମାଣ ଲାଗି ସରକାର ଯୋଜନା କରିଛନ୍ତି। ମେଡ଼ିକାଲ କଲେଜ୍ ପାଇଁ୨୫ ଏକରର ଜାଗା ଚିହ୍ନଟ ହୋଇ ସାରିଛି। ଆସନ୍ତା ବର୍ଷ ଫେବ୍ରୁଆରୀ ସୁଦ୍ଧା ନିର୍ମାଣ କାର୍ୟ୍ୟ ଆରମ୍ଭ ହେବ। କଲେଜ୍ ପାଇଁ ଗ୍ରାଉଣ୍ଡ ଫ୍ଲୋର ସହ ୬ ମହଲା କୋଠା ନିର୍ମାଣ ହେବ। ପ୍ରସ୍ତାବିତ ମେଡ଼ିକାଲ କଲେଜ୍ ପାଇଁ ଭଦ୍ରକରେ ବୈଠକ ବସିଥିଲା।

ଭଦ୍ରକ ଜିଲ୍ଲାର ସମସ୍ତ ବିଧାୟକ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ମେଡିକାଲ କଲେଜ ସ୍ଥାପନ ପାଇଁ ଦାବି ଜଣାଇଥିଲେ । କାରଣ ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର ଏବଂ ହାତପହାନ୍ତାରେ ସ୍ୱାସ୍ଥ୍ୟ ଜନିତ ସମସ୍ତ ସୁବିଧା ପହଁଚାଇବା ପାଇଁ ଗୁରୁତ୍ୱ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଭଦ୍ରକ ଜିଲ୍ଲାର ବିଧାୟକଗଣ ।

ସବୁଠାରୁ ବଡ଼ କଥା ହେଲା, ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ୟ୍ୟକ୍ରମରେ ମେଡ଼ିକାଲକୁ ଗୁରୁତ୍ୱ ଦିଆଉଥିବାବେଳେ ପ୍ରତି ଜିଲ୍ଲାରେ କିଭଳି ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଉନ୍ନତ ଧରଣର ମିଳିପାରିବ ସେନେଇ ସରକାର ତତ୍ପରତା ଦେଖାଉଛନ୍ତି ।