Odia News Portal

ବିଧାୟକଙ୍କ ଦୃଷ୍ଟି ପଡୁ …

ମାର୍ଶାଘାଇ () ମାର୍ଶାଘାଇ ବ୍ଲକ ବାଘଡ଼ିଆ ଗାଁର ମାନସ ବେହେରାଙ୍କ ଏକମାତ୍ର ଝିଅ ମାନିନୀର ଚିକିତ୍ସାରେ ବାଧକ ସାଜିଛି ଅର୍ଥ । ଜନ୍ମ ହେବାର ଦୁଇ ମାସ ପରେ ପୃଷ୍ଟିକର ଖାଦ୍ୟର ଅଭାବରୁ ମାନିନୀର ଶରୀର ଅସୁସ୍ଥ ହୋଇଥିଲା । ଏବେ ମାନିନୀକୁ 5 ବର୍ଷ ହେଲାଣି । ହେଲେ ହାତଗୋଡ ଚାଲୁନି । ତଳୁ ଘୁଷୁଡି ଉଠିବାକୁ ଚେଷ୍ଟା କଲେ ବି ପାରୁନି । ଅର୍ଥାଭାବରୁ ବାପା ମା ତାର ଉପଯୁକ୍ତ ଚିକିତ୍ସା କରାଇପାରୁନାହାନ୍ତି ।

ଝିଅର ଚିକିତ୍ସା ପାଇଁ ସହାୟତା ଦେବାକୁ ମାନସ ବହୁବାର ସରପଞ୍ଚ ଓ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ ବି ସୁଫଳ ପାଉନି । ମାନିନୀର ଚିକିତ୍ସା ପାଇଁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ସ୍ବେଚ୍ଛାସେବୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ମାର୍ଶାଘାଇ ବିଡ଼ିଓଙ୍କ ପାଖରେ ଖବର ନଥିବା ବେଳେ ସେ ଜିଲ୍ଲାପାଳଙ୍କୁ ସୁପାରିଶ କରିବେ ବୋଲି କହିଛନ୍ତି ।