Odia News Portal

ଆଇଏମ୍ଡିର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ମୃତ୍ୟୁଞ୍ଜୟ

ଭୁବନେଶ୍ବର() ଆଇଏମ୍ଡିର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ତଥା ଓଡ଼ିଆ ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର। ଜୁନ୍ ୪ ତାରିଖରେ ଆଇଏମ୍ଡିର ମହାନିର୍ଦ୍ଦେଶ ଭାବେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଥିଲା। ପ୍ରଥମ ଓଡ଼ିଆ ଭାବେ ସେ ଆଇଏମ୍ଡି ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ଆଜି ଦାୟିତ୍ୱ ନେବା ପରେ ସେ କହିଥିଲେ,“ ୨୦୨୧ ଅଗଷ୍ଟ ୧୫ ସୁଦ୍ଧା ସାରା ଦେଶକୁ ରାଡାର ମଧ୍ୟକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ଓଡ଼ିଶାର ପାରାଦୀପ ଓ ଗୋପାଳପୁରରେ ଡପ୍ଲରର ରାଡାର ଲାଗିଛି। ପ୍ରତି ବ୍ଲକ୍ର ଏବଂ ପ୍ରତି ଘଣ୍ଟାର ପାଣିପାଗର ଅପ୍ଡେଟ୍ ଲୋକଙ୍କୁ ଜଣାଇବାକୁ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର ଫାଇଲିନ୍, ହୁଡହୁଡ୍, ତିତଲି ଏବଂ ଫୋନି ବାତ୍ୟାର ଲ୍ୟାଣ୍ଡଫଲ ଓ ବେଗ ସମ୍ପର୍କରେ ସଠିକ୍ ଆକଳନ କରି ସେ ସମସ୍ତର ବିଶ୍ୱାସଭାଜନ ହୋଇପାରିଥିଲେ। ଫଳରେ ସେହି ସବୁ ବାତ୍ୟାରେ ଧନଜୀବନ ହାନିକୁ ରୋକିବା ସମ୍ଭବ ହୋଇପାରିଥିଲା।