Odia News Portal

ସମ୍ପୂର୍ଣ୍ଣ ସ୍ୱଚ୍ଛ ରହିଛି ଧାନ କିଣା ପ୍ରକ୍ରିୟା

ଭୁବନେଶ୍ୱର()  ରାଜ୍ୟ ଧାନ କିଣା ପ୍ରକ୍ରିୟା ସମ୍ପୂର୍ଣ୍ଣ ସୁଗମ ଏବଂ ସ୍ୱଚ୍ଛ ରହିଛି ବୋଲି ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମତ ଦେଇଛନ୍ତି । ନିଜକୁ ପଞ୍ଜୀକୃତ କରାଇଥିବା ସମସ୍ତ ଚାଷୀଙ୍କୁ ନାମର କ୍ରମ ଅନୁଯାୟୀ ଟୋକନ ପ୍ରଦାନ କରାଯାଉଛି ଏବଂ ସେହି ଅନୁସାରେ ଧାନ ସଂଗ୍ରହ ମଧ୍ୟ କରାଯିବ । ଏହି ପ୍ରକ୍ରିୟାରେ କୌଣସି ଅସୁବିଧା ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହିତ ସୁଗମ ଭାବରେ ଧାନ ସଂଗ୍ରହ ଜାରି ରହିଛି ବୋଲି ମତ ଦେଇଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ।
ସମସ୍ତ ଚାଷୀ ନିଜର ଧାନ ବିକ୍ରିର ସୁଯୋଗ ପାଇବେ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ । ଦୁଇ ଦିନ ପୂର୍ବରୁ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଚଳିତ ବର୍ଷ ୭୧ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୬ ହଜାର ୬୦୦ ମେଟ୍ରିକ ଟନ ଧାନ ସଂଗୃହୀତ ହୋଇଛି । ୭୧ ଲକ୍ଷ ମେଟ୍ରିକ ଟନର ଲକ୍ଷ୍ୟ ପୂରଣ ହେବା ପରେ ମଧ୍ୟ ଛୋଟ ଚାଷୀଙ୍କ ନିକଟରୁ ଧାନ ସଂଗ୍ରହ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ଯୋଗାଣ ମନ୍ତ୍ରୀ ।