Odia News Portal

ନୂଆବର୍ଷ ନନ୍ଦନକାନନରେ ବୁଲିଲେ ୪୩,୪୨୭ ଜଣ ପର୍ଯ୍ୟଟକ

ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ରେ ମଙ୍ଗଳବାର ରେକର୍ଡ ସଂଖ୍ୟାରେ ପର୍ଯ୍ୟଟକ ବୁଲିଛନ୍ତି। ନବବର୍ଷ ଅବସରରେ ଆଜି ନନ୍ଦନକାନନରେ ବୁଲିଥିବା ପର୍ଯ୍ୟଟକ ସଂଖ୍ୟା ବିଗତ ବର୍ଷର ରେକର୍ଡକୁ ଭଙ୍ଗ କରିଛି। ସୂଚନା ଅନୁସାରେ ୨୦୧୯ ପ୍ରଥମ ଦିନରେ ମୋଟ ୪୩,୪୨୭ ଜଣ ପର୍ଯ୍ୟଟକ ବୁଲିଛନ୍ତି। ଫଳରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ଠାରୁ ଗୋଟିଏ ଦିନରେ ଆଜି ୧୮ ଲକ୍ଷ ୯୮ ହଜାର ୯୦୦ ଟଙ୍କା ସଂଗ୍ରହ କରିଛି। ରିପୋର୍ଟ ଅନୁସାରେ ୨୦୧୮ ଜାନୁଆରି ୧ରେ ନନ୍ଦନକାନନରେ ୩୮ ହଜାର ୫୭୭ ଜଣ ପର୍ଯ୍ୟଟକ ବୁଲିଥିଲେ। ସେମାନଙ୍କ ଠାରୁ ୧୩ ଲକ୍ଷ ୫୨ ହଜାର ୧୭୦ ଟଙ୍କା ଅସୁଲି କରାଯାଇଥିଲା।

ସେହିପରି ୨୦୧୭ ଜାନୁଆରି ୧ରେ ୫୦, ୭୪୮ ଜଣ ପର୍ଯ୍ୟଟକ ଏବଂ ୨୦୧୬ ଜାନୁଆରି ୧ରେ ୪୩ ହଜାର ୧୬ ଜଣ ପର୍ଯ୍ୟଟକ ବୁଲିଥିଲେ। ବର୍ଷ ୨୦୧୬ ଜାନୁଆରି ୧ରେ ପର୍ଯ୍ୟଟକଙ୍କୁ ବିକା ଯାଇଥିବା ଟିକେଟରୁ ୧୧ ଲକ୍ଷ ୩୩ ହଜାର ୭୪୬ ଟଙ୍କା ମିଳିଥିବା ବେଳେ ସମାନ ସମୟରେ ୨୦୧୬ରେ ୭ ଲକ୍ଷ ୫୮ ହଜାର ୭୬୦ ଟଙ୍କା ସଂଗ୍ରହ ହୋଇଥିଲା।