Odia News Portal

ସାଇକେଲ ଟ୍ରେଲରେ ନନ୍ଦନକାନନ

ଭୁବନେଶ୍ୱର () ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ସାଇକେଲ ଟ୍ରେଲ ପ୍ରତି ଧୀରେ ଧୀରେ ଭଢୁଛି ଆଗ୍ରହ । ଏହି ଟ୍ରେଲରେ ଆଜି ସେଣ୍ଟ ଜୋସେଫ ସ୍କୁଲର 10 ଜଣ ଛାତ୍ର ନନ୍ଦନକାନାନ ପ୍ରାଣୀ ଉଦ୍ୟାନକୁ ବୁଲିଯାଇଥିଲେ ।

opସ୍ମାର୍ଟ ସିଟିରେ ସାଇକେଲିଂକୁ ଉତ୍ସାହିତ କରିବାକୁ ବିଏମସି ଓ ବିଡିଏର ଏହି ମିଳିତ ଉଦ୍ୟମକୁ ଆଜିର ସାଇକେଲ ଚଳାଳି ବେଶ ପ୍ରଶଂସା କରିଥିଲେ । ପେଡାଲ ମାରି ଏହି ଟ୍ରେଲର ନନ୍ଦନକାନନ ପ୍ରାଣୀ ଉଦ୍ୟାନର ମୁଖ୍ୟ ଫାଟକରୁ ଆରମ୍ଭ ହୋଇ ବଟାନିକାଲ ଗାର୍ଡେନ ଦେଇ ପ୍ରାଣୀ ଉଦ୍ୟାନର ସୌନ୍ଦର୍ଯ୍ୟ ଓ ପ୍ରକୃତିର ସୁନ୍ଦରତାକୁ ଉପଭୋଗ କରିଥିଲେ ।

ଏହି ଯୁବ ଟ୍ରେଲରଙ୍କୁ ଗୋଲାପ ବଗିଚାରେ 55 ପ୍ରଜାତିର ଗୋଲାପ ସାଙ୍ଗକୁ 12ଶହ ପ୍ରଜାତିର ବୃକ୍ଷ, ଶୀତ ଋତୁର ଆକର୍ଷଣୀୟ ଫୁଲ ଗଛ ଆନ୍ଦୋଳିତ କରିଥିଲା । ବଟାନିକାଲ ଗାର୍ଡେନର ଇତିହାସ ଓ ଏହାର ବୈଶିଷ୍ଟ୍ୟ ସମ୍ପର୍କରେ ସେମାନଙ୍କୁ ଗାର୍ଡେନର ସହକାରୀ ବନ ସଂରକ୍ଷକ ବୁଝାଇଥିଲେ । ବଟାନିକାଲ ଗାର୍ଡେନ 75 ଏକର ଅଂଚଳ ପରିମିତ, ଯେଉଁଥିରେ 24ଟି ସାଟେଲାଇଟ ଗାର୍ଡେନ ରହିଛି । ସେମଧ୍ୟରେ ଥିବା ପ୍ରଜାପତି ବଗିଚାରେ 81 ପ୍ରଜାତିର ରଂଗବେରଙ୍ଗୀ ପ୍ରଜାପତି ଅଛନ୍ତି । ଏଥିସହ ଫେରିବା ବାଟରେ କାଞ୍ଜି ହ୍ରଦରେ ସୂର୍ଯ୍ୟାସ୍ତ ସେମାନଙ୍କୁ ଆହୁରି ବିମୋହିତ କରିଥିଲା ।