Odia News Portal

ରାଜ୍ୟପାଳଙ୍କ ଦ୍ୱାରା ନନ୍ଦିଘୋଷ ଟିଭି ଲୋକାର୍ପିତ

ଭୁବନେଶ୍ୱର() ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ୨୪ ଘଣ୍ଟିଆ ନ୍ୟୁଜ ଚ୍ୟାନେଲ ନନ୍ଦିଘୋଷ ଟିଭି ଲୋକାର୍ପିତ ହୋଇଛି ।

ଏହି ଅବସରରେ ରାଜ୍ୟପାଳ କହିଛନ୍ତି, ନନ୍ଦିଘୋଷ ରଥ ଭଳି ନନ୍ଦିଘୋଷ ଟିଭି ଗଡିଚାଲିବ । ଉତ୍କଳର ଐତିହ୍ୟକୁ ବିଶ୍ୱରେ ପ୍ରସାରିତ କରିବ ନନ୍ଦିଘୋଷ ଟିଭି ।

ଲୋକାର୍ପଣ ଉତ୍ସବରେ ନନ୍ଦିଘୋଷ ଟିଭିର ସିଓଓ ଜବର ସିଂ ସ୍ୱାଗତ ଅଭିଭାଷଣ ଦେଇଥିଲେ । ନନ୍ଦିଘୋଷ ଟିଭି ସମ୍ପାଦକ ଶିଶିର ଭଟ୍ଟମିଶ୍ର ନିଜ ଅଭିଭାଷଣରେ କହିଛନ୍ତି, ନନ୍ଦିଘୋଷ ଟିଭି ଅନ୍ୟ ଗଣମାଧ୍ୟମ ସହ ପ୍ରତିଦ୍ୱନ୍ଦ୍ୱିତା କରିବନି । ଟିଆରପି ଚକ୍କରରେ ପଥଭ୍ରଷ୍ଟ ହେବନି ନନ୍ଦିଘୋଷ ଟିଭି ।

ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ଓଡ଼ିଶା ଗଣମାଧ୍ୟମ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଶାସନ ବ୍ୟବସ୍ଥାରେ ଗଣାମଧ୍ୟମ ମାର୍ଗ ଦର୍ଶକ କାମ କରିବ ବୋଲି ନିରଞ୍ଜନ କହିଛନ୍ତି ।

ନନ୍ଦିଘୋଷ ଟିଭିକୁ ଶୁଭକାମନା ଜଣାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବ ନନ୍ଦିଘୋଷ ଟିଭି ।

ସେହିପରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ତାଙ୍କ ସମ୍ବୋଧନରେ କହିଛନ୍ତି, ଲୋକଙ୍କୁ ନ୍ୟାର୍ୟ୍ୟ ଅଧିକାର ଦେବାରେ ନନ୍ଦିଘୋଷ ଟିଭି କାର୍ୟ୍ୟ କରୁଛି ।