Odia News Portal

ସ୍ୱଚ୍ଛତା ରକ୍ଷା ପାଇଁ ଇ-ମଷ୍ଟର ରୋଲର ବ୍ୟବସ୍ଥା

ଭୁବନେଶ୍ୱର ()  ୨୦୨୧ ଜାନୁଆରୀ ପହିଲା ସୁଦ୍ଧା ସବୁ ବିଭାଗରେ ଇ-ମଷ୍ଟର ରୋଲ ବ୍ୟବସ୍ଥା କାର୍ଯ୍ୟକାରୀ ହେବ  । ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗଗୁଡ଼ିକୁ ନିଦେ୍ର୍ଧଶ ଦେଇଛନ୍ତି  । ଅକ୍ଟୋବର ୨ରୁ ୫ଟି କାର୍ଯ୍ୟକ୍ରମ ଅଧିନରେ ଇ-ମଷ୍ଟର ରୋଲ ବ୍ୟବସ୍ଥାର ଶୁଭାରମ୍ଭ ହେବ  । ପ୍ରାରମ୍ଭରେ ପୂର୍ତ, ଜଳସମ୍ପଦ, ପଂଚାୟତିରାଜ ଓ ପାନୀୟ ଜଳ, ଗ୍ରାମ ବିକାଶ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ୧୦ କୋଟିରୁ ଉଦ୍ଧ୍ୱର୍ ମୂଲ୍ୟର ପ୍ରକଳ୍ପ କ୍ଷେତ୍ରରେ ଏହି ଇ-ମଷ୍ଟର ରୋଲ ବ୍ୟବସ୍ଥା କାର୍ଯ୍ୟକାରୀ ହେବ  ।

ଇ-ମଷ୍ଟର ରୋଲ ଓ ବ୍ୟାଙ୍କ ମାଧ୍ୟମରେ ମଜୁରୀ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ  । ପ୍ରଶାସନରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ଏଭଳି ଐତିହାସିକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି  । ସ୍ୱଚ୍ଛତା ରକ୍ଷା ଓ କୌଣସି ପ୍ରକାର ଠକାମୀ ନହେବା ପାଇଁ ଇ-ମଷ୍ଟର ରୋଲର ବ୍ୟବସ୍ଥା କରାଯିବ  ।  ଲାଇନ ବିଭାଗ ଦ୍ୱାରା ହେଉଥିବା କାର୍ଯ୍ୟରେ ଶ୍ରମିକମାନଙ୍କ ଆକାଉଂଟକୁ ସିଧାସଳଖ ଟଙ୍କା ଦେବାର ମଧ୍ୟ ବ୍ୟବସ୍ଥା ରହିଛି । ଯାହାଫଳରେ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ, ଇଏସଆଇ ଓ ଇପିଏଫ ଆଦିକୁ ସୁନିଶ୍ଚିତ କରାଯାଇପାରିବ ।

ଅକ୍ଟୋବର ୨ରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯିବ  । ପୂର୍ତ, ଜଳସମ୍ପଦ, ପଂଚାୟତିରାଜ ଓ ପାନୀୟ ଜଳ, ଗ୍ରାମ ବିକାଶ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗରେ ହେଉଥିବା ୧୦ କୋଟିର ଉଦ୍ଧ୍ୱର୍ ମୂଲ୍ୟର ପ୍ରକଳ୍ପ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେବ  । ୨୦୨୧ ଜାନୁଆରୀ ପହିଲା ସୁଦ୍ଧା ସବୁ ବିଭାଗରେ ଇ-ମଷ୍ଟର ରୋଲ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ବିଭାଗଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି ।

 

ଭିଡ଼ିଓ କନଫେରେନ୍ସିଂ ଯୋଗେ ଏହାର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, କାର୍ଯ୍ୟରେ ସ୍ୱଚ୍ଛତା ଓ ଉତରଦାୟିତ୍ୱ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ  । ଏଥିପାଇଁ ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟବସ୍ଥା କରାଯିବ  ।