Odia News Portal

ଟ୍ୱିଟରେ ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ରାଜ୍ୟରେ ଲଗାତାର ଭାବେ କମୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ସଂକ୍ରମଣ ସଂଖ୍ୟା ୫ଶହ ତଳକୁ କମିଥିବାରୁ ଟ୍ୱିଟ ଯୋଗେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୬ଜୁଲାଇ ପରଠାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା । ଗତ ୨୪ଘଣ୍ଟାରେ ୫ଶହ ତଳେ ରହିଛି ଦୈନିକ ସଂକ୍ରମଣ ସଂଖ୍ୟା ।

ଏଥିପାଇଁ କୋଭିଡ୍‌ ଯୋଦ୍ଧାମାନଙ୍କ ତ୍ୟାଗ ଓ କଠିନ ପରିଶ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଓଡ଼ିଶା ଏହି ମହାମାରୀ ବିରୋଧରେ ଲଢେଇକୁ ଜିତିବାରେ ସକ୍ଷମ ହୋଇଛି । ତେବେ ମାସ୍କ ପିନ୍ଧିବାକୁ ଭୁଲନ୍ତୁନି, ଭ୍ୟାକସିନ ଆସିବା ଯାଏଁ ସଚେତନ ରୁହନ୍ତୁ ବୋଲି ଟ୍ବିଟ୍‌ରେ ଲୋକଙ୍କୁ ସଚେତନ କରାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ଆଜି ରାଜ୍ୟରେ ୨୪ଘଣ୍ଟାରେ ୨୮ ଜିଲ୍ଲା ଓ ଷ୍ଟେଟ୍‌ପୁଲ୍‌ରୁ ୪୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୪୧ ଓ ୧୭୭ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।