Odia News Portal

ବିଜେଡିର ଇସ୍ତାହାର କିମିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () ବିଜେଡି ସୁପ୍ରିମୋ ନବୀନ ପଟନାୟକ ଆଜି 2019 ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର କମିଟି ଗଠନ କରିଛନ୍ତି । 37 ଜଣିଆ ଇସ୍ତାହାର କମିଟିରେ ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲ ଅଧକ୍ଷ ଅଛନ୍ତି । ଆଜି ନବୀନ ପଟନାୟକ ଏହି କମିଟି ଗଠନର ଘୋଷଣା କରିଛନ୍ତି ।

ସଂସଦ ସୌମ୍ୟ ରଞ୍ଜନ ପଟନାୟକ, ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ମଙ୍ଗଳା କିଷାନ, ପଦ୍ମନାଭ ବେହେରା ଓ ମୁଖପାତ୍ର କସ୍ତୁରୀ ମହାପାତ୍ର କମିଟିର ଉପାଧ୍ୟକ୍ଷ ଅଛନ୍ତି ।

ସାଂସଦ ଭରୁହରି ମହତାବ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ରମେଶ ମାଝୀ, ସୁଦାମ ମାରାଣ୍ଡି,  ପୂର୍ବତନ ବିଧାୟକ ରବି ନନ୍ଦ, ନବ ଦାସ, ଏ ୟୁ ସିଂହଦେଓ ଓ ନଳିନୀ ପ୍ରଧାନ କମିଟିରେ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଏଥିସହ ଚାଷୀ ନେତା, ମହିଳା ଓ ଛାତ୍ର ନେତା ଓ ଦଳର ଆଇଟି ସେଲ ସଦସ୍ୟଙ୍କୁ ଏହି କମିଟିରେ ଗ୍ରହଣ କରାଯାଇଛି ।