Odia News Portal

ଜାତୀୟସ୍ତରରେ ଚର୍ଚ୍ଚାର ଶୀର୍ଷରେ ନବୀନ

ଭୁବନେଶ୍ବର()    କରନା ମହାମାରୀର ସଫଳ ମୁକାବିଲାର ଶ୍ରେୟ ନେଇଥିବା ଓଡ଼ିଶା ସରକାରଙ୍କୁ ଏଥର ମିଳିଛି ଜନତାଙ୍କ ସ୍ୱୀକୃତି। ଜାତୀୟ ସର୍ଭେକ୍ଷଣ ସଂସ୍ଥା ଜନକି ବାତ ସର୍ଭେରେ ଓଡ଼ିଶା ସରକାର ବୃଦ୍ଧି କରିଥିବା Lockdownକୁ ସାରା ଦେଶରେ ମିଳିଛି ସର୍ବାଧିକ ମାର୍କ। 90 ପ୍ରତିଶତ ମାର୍କ ସହ ଓଡ଼ିଶା ଟେବୁଲର ଶୀର୍ଷରେ ଥିବାବେଳେ ପଶ୍ଚିମବଙ୍ଗ ସଭା ତଳେ ଅଛି। ସାରା ଦେଶରେ 78 ପ୍ରତିଶତ ଲୋକ lockdown ବୃଦ୍ଧିକୁ ସମର୍ଥନ କରୁଥିବାବେଳେ ଓଡ଼ିଶାରେ 90 ପ୍ରତିଶତ ଲୋକ ଏହାକୁ ସମର୍ଥନ କରିଛନ୍ତି। ଯାହାର ଅର୍ଥ, ଏପ୍ରିଲ 30 ଯାଏ lockdown ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ପାଖାପାଖି ସାରା ଓଡ଼ିଶା ଗ୍ରହଣ କରିଛି। ସେହିପରି କୋବିଡ଼ 19 ବା କରନା ମୁକାବିଳାରେ ଓଡିଶା ସରକାରଙ୍କ ପଦକ୍ଷେପରେ 85 ପ୍ରତିଶତ ରାଜ୍ୟବାସୀ ସନ୍ତୋଷ ପ୍ରକାଶ କରିଥିବା ଏହି ସର୍ଭେରୁ ଜଣାପଡିଛି। ଏହି ସର୍ଭେ ଦେଶର 16ଟି ରାଜ୍ୟକୁ ନେଇ ହୋଇଥିଲା ଯେଉଁଥି 4000 ଲୋକଙ୍କ ଫୋନକଲ ମାଧ୍ୟମରେ ମତାମତ ନିଆଯାଇଥିଲା। ସବୁଠାରୁ ବିକଶିତ ରାଜ୍ୟ ମହାରାଷ୍ଟ୍ର, ଗୁଜରାଟ ଓ ପଞ୍ଜାବ ବି ଏହି ସର୍ଭେରେ ଓଡିଶାଠାରୁ ପଛରେ ଅଛନ୍ତି। ପୂର୍ବରୁ ବିପର୍ଯ୍ୟୟ ପରିଚାଳନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚାଣକ୍ୟର ଆଖ୍ୟା ଦିଆଯାଇଛି। ତିନି ଦିନ ତଳେ lockdown ବୃଦ୍ଧିକୁ ପ୍ରଥମ ରାଜ୍ୟ ଭାବେ ରାଜ୍ୟ କ୍ୟାବିନେଟରେ ମୋହର ମାରି ଜାତୀୟସ୍ତରରେ ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି ନବୀନ। ବିପର୍ଯ୍ୟୟ ପରିଚାଳନାରେ ଅନ୍ୟ ରାଜ୍ୟଙ୍କ ତୁଳନାରେ ନବୀନ ସବୁ ସମୟରେ ଏକ ପାଦ ଆଗରେ ଥିବାର ନଜିର ବାରମ୍ବାର ମିଳିଛି।