ଭୁବନେଶ୍ବର() ଆସନ୍ତାକାଲି ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ରେ ନବୀନ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇ ରାଜ୍ୟର ବିକାଶ ମୂଳକ କାର୍ୟ୍ୟକୁ ତ୍ୱରାନ୍ଵିତ କରିବା ନେଇ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବେ । ଜୁନ ୯ ଅପରାହ୍ଣ ୧୨ଟା ୪୫ରେ ନବୀନ ନିବାସ ଛାଡ଼ି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ନୂଆଦିଲ୍ଲୀ ଅଭିମୁଖେ ବାହାରିବେ। ନବୀନ ଜୁନ୍ ୧୧ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି। ସେହିଭଳି ଜୁନ ୧୫ ଅପରାହ୍ଣରେ ନବୀନ ନୀତି ଆୟୋଗର ବୈଠକରେ ଯୋଗଦେବେ। ବୈଠକ ପରେ ସେ ସନ୍ଧ୍ୟାରେ ଭୁବନେଶ୍ୱର ଫେରି ଆସିବାର କାର୍ୟ୍ୟକ୍ରମ ରହିଛି ।
