Odia News Portal

୭୫ ବର୍ଷରେ ପାଦ ଦେଲା ଏନସି କଲେଜ

ଯାଜପୁର() ୧୯୪୬ ମସିହାରୁ  ପ୍ରତିଷ୍ଠିତ ଯାଜପୁର ଜିଲ୍ଲା ଏନସି ସ୍ୱୟଂ ଶାସିତ କଲେଜ ଆଜି ୭୫ ବର୍ଷରେ ପାଦ ଦେଇଛି । ଏହି କେଲଜ ୭୫ ବର୍ଷ ମଧ୍ୟରେ ରାଜ୍ୟର ବହୁ ଶିକ୍ଷାବିତ ପ୍ରଶାସକ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ସୃଷ୍ଟି କରି ସଗୌଉରବେ ମୁଣ୍ଡ ଟେକି ଠିଆ ହୋଇଛି । ଏହି କଲେଜରେ ଦୀର୍ଘ ୫ ବର୍ଷକାଳ ଅଧୟନ କରି ବହୁ ସ୍ମୁତି ଅନୁଭୁତି ସାଉଁଟିଥିବା କଲେଜର ପୁର୍ବତନ ଛାତ୍ର ସଂସଦ ସଭାପତି ଚିନ୍ମୟ ମହାପାତ୍ର ଏହି କଲେଜର ବିଶେଷତ୍ୱର ସ୍ମୂତି ଚାରଣ କରିଛନ୍ତି । ୧୯୯୯ ମସିହାରୁ ସ୍ୱୟଂ ଶାସିତ କଲେଜର ମାନ୍ୟତା ପାଇଥିବା ଏନସି କଲେଜ ଆଜି ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ଘେରା ପରିବେଶ ମଧ୍ୟରେ ନୂତନ ହଷ୍ଟେଲ, ଜ୍ୟାଲେରୀ, କ୍ଲାସରୁମ ସହିତ ଛାତ୍ରାବାସ ଓ ଛାତ୍ରୀ ନିବାସ କିପରି ପଡୋଶୀ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିଛି ତାହା ଉଲ୍ଲେଖ କରିଛନ୍ତି । ଏହି କଲେଜରେ ପାଠ ପଢୁଥିବା ପୁରତନ ଛାତ୍ରଛାତ୍ରୀ ସାମାଜିକ ଗଣମାଧ୍ୟମରେ ଏକ ନୂଆ ପରିବାର ଭଳି ଯୋଡି ହୋଇ ରହିଛନ୍ତି । ବର୍ତ୍ତମାନ ଏହି ସ୍ୱୟଂ ଶାସିତ କଲେଜଟି ଏକ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇବାକୁ ଯେ ହକଦାର ତାହା ବିଭିନ୍ନ ମହାଲରେ ଆଲୋଚନା ଚାଲିଛି । ତାହା ହେଲେ ଏହି କଲେଜର ରୂପରେଖ ଆହୁରି ବଦଳିଯିବ ଏବଂ ଏହି କଲେଜର ପାଠପଢା ଉତିହାସରେ ଏକ ଫର୍ଦ ଯୋଡି ହୋଇଯିବ । ଏଥିପାଇଁ ଶ୍ରୀ ମହାପାତ୍ର ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।