Odia News Portal

ଲାଂଚଖୋରଙ୍କ ବିରୋଧରେ ଶୂନ୍ୟ ସହନ ନୀତି, ଭିଜିଲାନ୍ସ ଜାଲରେ ପିସିସିଏଫ୍ ଅଭୟକାନ୍ତ ପାଠକ

ଭୁବନେଶ୍ୱର()  ଦୁର୍ନୀତି ବିରୋଧରେ ସରାକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ । ଲାଂଚଖୋରଙ୍କ ବିରୋଧରେ ଶୂନ୍ୟ ସହନ ନୀତି । ଅସଜଡ଼ାଙ୍କୁ ସଜାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନେଉଛନ୍ତି କଡ଼ା ପଦକ୍ଷେପ । ଏହି କ୍ରମରେ ଏଥର ଭିଜିଲାନ୍‌ସ ଜାଲରେ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ । କ୍ଷମତାର ଅପବ୍ୟବହାର କରି ଅୟସ କରୁଥିଲେ ଅଭୟକାନ୍ତ ପାଠକ ।

ଗୁରୁତ୍ୱ ପୂର୍ଣ୍ଣ ପଦବୀରେ ଥିଲେ କିନ୍ତୁ ପଦର ଗୁରୁତ୍ୱକୁ ଭୁଲି ଦୁର୍ନୀତିରେ ଡୁବିଥିଲେ । ଜଣେ ସରକାରୀ ଚାକିରିଆ ହୋଇ ବିଜନେସ୍ ଟାଇକୁନଙ୍କ ଭଳି ଆକାଶରେ ଉଡୁଥିଲେ । ଏବେ ସରକାରଙ୍କ ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତି କ୍ରମରେ ପାଠକ ଭିଜିଲାନ୍ସ ଜାଲରେ ପଡିଛନ୍ତି ।

ଏହି ଆଧାରରେ ଆୟବର୍ହିଭୁତ ସଂପତ୍ତି ଠୁଳ ତଥା କ୍ଷମତାର ଅପବ୍ୟହାର କରି ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ତଥା ରାଜ୍ୟ ବାହାରେ ଏକକାଳୀନ ସ୍ଥାନରେ ୧୨ଟି ସ୍ଥାନରେ ଭିଜିଲାନ୍‌ସ ରେଡ୍ ଚାଲିଛି। ଓଡିଶାରେ ୫ଟି ଓ ରାଜ୍ୟ ବାହାରେ ୭ଟି ସ୍ଥାନରେ ରେଡ୍ ଚାଲିଛି । ଭୁବନେଶ୍ୱର ବାସଭବନ ଓ ଅନ୍ୟ ୪ଟି ସ୍ଥାନରେ ରେଡ୍ ଚାଲିଛି ।

ସେହିପରି ମୁମ୍ବାଇ, ପୁନେ ଓ ପାଟନାରେ ମଧ୍ୟ ଚଢାଉ କରାଯାଉଛି । ପୁନେ ଭୁଗାଓଁରେ ଥିବା ଫାର୍ମ ହାଉସ୍, କୋରେଗାଓଁ ସ୍ଥିତ ଫ୍ଲାଟ୍‌ରେ ରେଡ୍ ଚାଲିଛି । ଅଭୟକାନ୍ତ ପାଠକ ହେଉଛନ୍ତି ୧୯୮୭ ବ୍ୟାଚ୍‌ ଆଇଏଫ୍ଏସ ଅଫିସର । ଲକ‌ଡାଉନ୍‌ ସମୟରେ ପାଠକ ୨୦ ଥର ଚାର୍ଟର ପ୍ଲେନ୍ ବ୍ୟବହାର କରିଥିଲେ ।

ଭୁବନେଶ୍ୱରରୁ ପାଟନା, ଦିଲ୍ଲୀ, ପୁନେ ଓ ମୁମ୍ବାଇ ଚାର୍ଟର ପ୍ଲେନ୍‌ରେ ଯାଇଥିଲେ । ପୁଅ ଆକାଶ ପାଠକଙ୍କ ସହ ଗସ୍ତ କରୁଥିଲେ ଅଭୟକାନ୍ତ । ଚାର୍ଟର ପ୍ଲେନ୍‌ ବ୍ୟବହାର କରି ବ୍ୟାପକ ଅର୍ଥ ଦେଣନେଣ କରୁଥିବା ନେଇ ଖବର ରହିଥିଲା । କେନ୍ଦ୍ରୀୟ ଏଜେନ୍‌ସିଠାରୁ ଏସଂପର୍କରେ ଖବର ମିଳିବା ପରେ ରେଡ୍ ଚାଲିଛି । ପ୍ରତିଥର ଚାର୍ଟର ପ୍ଲେନ୍ ବ୍ୟବହାର ପାଇଁ ୧୫ରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା । ଅଭୟଙ୍କ ପୁଅ ଆକାଶ କୌଣସି ଚାକିରୀ କରନ୍ତି ନାହିଁ । ତେବେ ସେ ବିଳାସପୂର୍ଣ୍ଣ ଜୀବନ ଯାପନ କରୁଥିବା ନେଇ ଖବର ମିଳିଥିଲା ।