Odia News Portal

ଆପୋଲୋର ପଞ୍ଜୀକରଣ ରଦ୍ଦ ହେବ

ଭୁବନେଶ୍ବର ()  ଅଡୁଆରେ ଘରୋଇ ଘରୋଇ ହସପିଟାଲ ଆପୋଲୋ ।ବେଆଇନ କିଡନି ପ୍ରତିରୋପଣ ମାମଲାରେ  ଜାତୀୟ ମାନବାଧିକାର କମିସନ ଆପୋଲୋ ହସପିଟାଲ  ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ମାମଲାରେ ପୀଡ଼ିତଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଏନ୍ଏଚ୍ଆର୍ସି ନିର୍ଦ୍ଦେଶ ଦେଇଛନ୍ତି। ୬ ମାସ ମଧ୍ୟରେ ପୀଡ଼ିତଙ୍କୁ ଏହି ଟଙ୍କା ପ୍ରଦାନ କରିବାକୁ କମିଶନ୍ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆପୋଲୋ ହସ୍ପିଟାଲର ପଞ୍ଜୀକରଣ ରଦ୍ଦ କରିବାକୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନ୍ଏଚ୍ଆରସି।

ସୂଚନା ଅନୁଯାୟୀ, ୨୦୧୩ରେ ବରଗଡ଼ର ଅନୀଲ ସ୍ୱାମୀ ନାମକ ଜଣେ ବ୍ୟକ୍ତିଙ୍କୁ ଫସାଇ ଦିଆଯାଇଥିଲା। ଆପୋଲୋ ହସପିଟାଲରେ ତାଙ୍କ କିଡନୀ କାଢ଼ି ନିଆଯାଇଥିଲା। ଏହା ପରେ ୨୦୧୬ରେ ଅନୀଲ ବରଗଡ଼ ଥାନାରେ ଅଭିଯୋଗ କରିଥିଲେ।  ମାମଲା ଅଧିକ ଜଟିଳ ହେବାରୁ ଏହା ଏହା ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ଯାଇ ପହଞ୍ଚିଥିଲା।