Odia News Portal

ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ନିହାର

ଭୁବନେଶ୍ୱର()   ଓଟିଭି ଗ୍ରୁପ୍‌ ଠାରୁ ସବୁ ସମ୍ପର୍କ ତୁଟାଇଲେ ନିହାର ରଞ୍ଜନ ଭୂୟାଁ । ଓଟିଭି ସିଓଓ ତଥା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ନିହାର । ଖୋର୍ଦ୍ଧା ସାରୁଅ ଜମି କେଳେଙ୍କାରୀ ମାମଲାରେ ଗତ ୧୭ ତାରିଖରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁରେ ହାଜର ହୋଇଥିଲେ । ଜମି କାରବାର ନେଇ ଇଓଡବ୍ଲୁ ନିହାର ଭୂୟାଁଙ୍କୁ ଜେରା କରିଥିଲା ।

ଙଓଚଖ ବିରୋଧରେ ସାରୁଅରେ ଦଳିତଙ୍କ ଜମି ହଡ଼ପ ଅଭିଯୋଗ ରହିଛି । ଓଟିଭି ଗ୍ରୁପ୍‌ର ଅନ୍ୟ ଏକ ସଂସ୍ଥା ହେଉଛି ଙଓଚଖ । ପୂର୍ବରୁ ଙଓଚଖର ଦୁଇ ଜଣ ପୂର୍ବତନ ନିର୍ଦ୍ଦେଶକଙ୍କୁ ଜେରା ହୋଇଥିଲା । ମନୋରଞ୍ଜନ ଷଡ଼ଙ୍ଗୀ ଓ ବିଭୁ ରଥଙ୍କୁ ପଚରାଉଚରା କରିଥିଲା ଇଓଡବ୍ଲୁ । ପଚରାଉଚରା ପରେ ମନୋରଞ୍ଜନ ଷଡ଼ଙ୍ଗୀ ଗିରଫ ହୋଇଥିଲେ । ଶାରୀରିକ ଅସୁସ୍ଥତା ଯୋଗୁଁ ମନୋରଞ୍ଜନଙ୍କୁ ଜାମିନ ମିଳିଛି ।