Odia News Portal

ଲଡୁ ବାବା ଜଳ ଉଦ୍ୟାନ ସୌନ୍ଦର୍ଯ୍ୟ କାର୍ଯ୍ୟକ୍ରମ

ନୟାଗଡ଼:  ଶ୍ରୀ ଶ୍ରୀ ଲଡୁ ବାବା ଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ପୋଖରୀର ସ୍ଵଚ୍ଛତା କାର୍ଯ୍ୟକ୍ରମରେ ପୋଖରୀର ଚାରି ପାର୍ଶ୍ଵରେ ଥିବା ପାଚେରୀକୁ ରଙ୍ଗ କରାଗଲା। “ଲଡୁ ବାବା ଜଳ ଉଦ୍ୟାନ ସୌନ୍ଦର୍ଯ୍ୟ କାର୍ଯ୍ୟକ୍ରମ” ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ର ଉପଜିଲ୍ଲାପାଳ ଙ୍କୁ ନିମନ୍ତ୍ରଣ କରାଯାଇଥିଲେ ଏବଂ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜ ସେବୀ ଶ୍ରୀମତୀ ନମ୍ରତା ଚଢା ବିଶିଷ୍ଟ ସ୍ତମ୍ଵକାର ଏବଂ ଫ୍ୟାମିଲି ପାରିଷଦ ଶ୍ରୀମତୀ ପ୍ରୀତିଛନ୍ଦା ଧଳ,

ବହୁ ଚର୍ଚିତ ପତ୍ରିକାର ସମ୍ପାଦିକା ଶ୍ରୀମତୀ ମଧୁ ଲିତା ପରିଡା, ଯୁବ ନାଟ୍ୟକାର ଓ ସମାଜସେବକ ନାରାୟଣ ଓଝା, ବହୁ ଚର୍ଚିତ ସିନ୍ଦୂର ବିନ୍ଦୁ ଧାରାବାହିକର ଜଗବନ୍ଧୁ ଦାସ,ଜ୍ଞାନ ଭାଇ ଏବଂ ହାସ୍ୟ ଅଭିନେତା ଉମା ରାକେଶ ପ୍ରମୁଖ ଯୋଗଦାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମଟିକୁ ସେବା ପ୍ରୟାସ ଫାଉଣ୍ଡେସନ ର ଫାଉଣ୍ଡର ଲିଙ୍କନ ସୁବୁଦ୍ଧି ଓ ତାଙ୍କ ଟିମ୍ ଏବଂ ହରିହରପୁର ଗ୍ରାମର, ଗ୍ରୀନ କ୍ଲବ ର ସମ୍ପାଦକ ମାନସ ଓ ତାଙ୍କ ଟିମ୍ ଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ କରା ଯାଉଛି । ସହ ସହ ସରଣକୁଳବାସୀ ଓ ମନ୍ଦିର କର୍ମୀ ଓ ପୁଜକ ସଂପୁର୍ଣ ସହଯୋଗ କରଲେ।