Odia News Portal

ସୁରତରୁ ଫେରୁଛନ୍ତି ୨୦୦ରୁ ଅଧିକ ଓଡିଶା

ଭୁବନେଶ୍ୱର () ସୁରତରୁ ଯାତ୍ରୀଙ୍କୁ ନେଇ ଓଡ଼ିଶା ବାହାରିଲା ୪ଟି ବସ୍ । ସୁରତରେ ଫସିଥିବା ଗଞ୍ଜାମ ଜିଲ୍ଲାର ସମସ୍ତ ଯାତ୍ରୀଙ୍କୁ ନେଇ ବସ୍ ବାହାରିଛି ।  ପ୍ରତି ବସରେ ୫୦ରୁ ଅଧିକ ଯାତ୍ରୀ ରହିଥିବା ସୂଚନା ମିଳିଛି । ତେବେ ସମସ୍ତ ଯାତ୍ରୀ ଫେରିଲା ପରେ ୧୪ ଦିନ କ୍ୱାରଣ୍ଟାଇନରେ ରହିବେ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ସୁରତ-ଗଞ୍ଜାମ ଜିଲ୍ଲା ପ୍ରଶାସନର ସମନ୍ୱୟ ରଖି ଯାତ୍ରୀଙ୍କୁ ଅଣାଯାଉଛି । ତେବେ ମେଡିକାଲ ଟିମର ଯାଞ୍ଚ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ସୁରତରେ ଫସିଥିବା ଗଞ୍ଜାମ ଜିଲ୍ଲାର ସମସ୍ତ ଯାତ୍ରୀଙ୍କୁ ନେଇ ୪ଟି ବସ୍ ବାହାରିଛି ।  ପ୍ରତି ବସରେ ୫୦ରୁ ଅଧିକ ଯାତ୍ରୀ ଅର୍ଥାତ୍ ପ୍ରାୟ ୨୦୦ ଯାତ୍ରୀ ଜନ୍ମସ୍ଥାନକୁ ଫେରୁଛନ୍ତି । ତେବେ ସମସ୍ତେ ଫେରିଲା ପରେ ୧୪ ଦିନ କ୍ୱାରଣ୍ଟାଇନରେ ରହିବେ । ଏନେଇ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୁରତ-ଗଞ୍ଜାମ ଜିଲ୍ଲା ପ୍ରଶାସନର ସମନ୍ୱୟ ରଖି ଯାତ୍ରୀଙ୍କୁ ଅଣାଯାଉଛି ।

କହିରଖୁଛୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଭିଡିଓ ବାର୍ତ୍ତାରେ କହିଥିଲେ କି ‘ମୋ ପାଇଁ ପ୍ରତିଟି ଜୀବନ ହେଉଛି ମୂଲ୍ୟବାନ’ । କରୋନା ଲଢ଼େଇ ହେଉଛି ଲମ୍ବା ଲଢ଼େଇ । ଏଥିପାଇଁ ଆମକୁ ସାବଧାନ ହୋଇ ରହିବାକୁ ପଡ଼ିବ । ଅନ୍ୟ ରାଜ୍ୟରୁ ଯେଉଁମାନେ ଗାଁ କୁ ଫେରୁଛନ୍ତି ସେମାନଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ ଭାବେ କରାଯିବ । ସେମାନଙ୍କ ପରିବାର ଲୋକ ଓ ବନ୍ଧୁ ପଞ୍ଚାୟତରେ ପଞ୍ଜୀକରଣ କରିବେ । ବାହାରୁ ଫେରିଥିବା ଏ ବ୍ୟକ୍ତିମାନଙ୍କୁ ପଞ୍ଜୀକରଣ ପରେ ପଞ୍ଚାୟତରେ କ୍ୱାରେଣ୍ଟାଇନରେ ୧୪ ଦିନ ରଖାଯିବ । ସେମାନଙ୍କ ଖାଇବା, ରହିବା ଓ ଚିକିତ୍ସା ଖର୍ଚ୍ଚ ସବୁ ମାଗଣାରେ ଯୋଗାଇ ଦିଆଯିବ । ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ସରିବା ପରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ୨ ହଜାର ଟଙ୍କାରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।