Odia News Portal

ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବାକୁ ଏକାଠି ହେଲେ ଓଡ଼ିଆ

ଭୁବନେଶ୍ବର() କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବାକୁ ଏକାଠି ହେଲେ ଓଡ଼ିଆ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ପରେ ସଂଧ୍ୟା ସାଢ଼େ ୫ଟାରେ ଓଡ଼ିଶାର କୋଣଅନୂକୋଣରେ ଗୁଞ୍ଜରିତ ହେଲା ବନ୍ଦେ ଉକ୍ରଳ ଜନନୀ । ରାଜ୍ୟ ଭିତରେ ଓ ବାହାରେ ରହୁଥିବା ସବୁ ଓଡ଼ିଆ ଏକାଠି ହୋଇ ଆଦ୍ୟ ସଂଗୀତକୁ ଏକାଠି ହୋଇ ଗାଇଛନ୍ତି । ପୂର୍ବ ନିଦ୍ଧାରିତ ସମୟ ମୂତାବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଠିକ୍ ସାଢ଼େ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ନେତ୍ରୃବୃନ୍ଦ ବିଶିଷ୍ଟ ଗାୟିକା ଆଶା ଭୋସଲେ, ଶଙ୍କର ମହାଦେବନ ପ୍ରମୁଖ ବନ୍ଦେ ଉତ୍କଳ ଜନନୀ ଗାଇଛନ୍ତି ।

କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଶଡ଼ଙ୍ଗୀ, ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ ତାଙ୍କର ସହକର୍ମୀ,କଗ୍ରେସ ଭବନରେ ଦଳୀୟ ନେତାଙ୍କ ସହ ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପି କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହ ସଭାପତି ସମୀର ମହାନ୍ତି ଓ ଅନ୍ୟାନ୍ୟ ନେତ୍ରୃବୃନ୍ଦ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଲାଗି ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।

ସେହିପରି ଲୋକସେବା ଭବନ ଠାରୁ ଆରମ୍ଭ କରି ପୋଲିସ ସେବା ଭବନ ପର୍ଯ୍ୟନ୍ତ ସବୁ ସରକାରୀ ଅଫିରେ ଏପରିକି ରାଜ୍ୟର ବିଭିନ୍ନ ପୁରପଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆବାଳ ବୃଦ୍ଧବନିତା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତରେ ପରିବେଶକୁ ଗୁଞ୍ଜରିତ କରିଥିଲେ । ଓଡିଶାରୁ ଆରମ୍ଭ କରି ରାଜଧାନୀ ଦିଲ୍ଲୀ ବିଭିନ୍ନ ରାଜ୍ୟ ଓ ଲଣ୍ଡନ ଆମେରିକା ଭଳି ସ୍ଥାନରେ ଥିବା ଓଡିଆ ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ଖବର ମିଳିଛି ।

ସେପଟେ ସରକାରୀ-ବେସରକାରୀ କାର୍ଯ୍ୟାଳୟ, ରାସ୍ତାଘାଟ, ବିଲବାଡି, ଘର-ବଜାର ଯେଉଁଠାରେ ଥିଲେ ସେଠାରେ ସମସ୍ତେ ନିଜ ସ୍ଥାନରେ ଛିଡ଼ା ହୋଇ ବନ୍ଦେ ଉତ୍କଳ ଜନନୀ ଗାଇଥିବା ଦେଖିବାକୁ ମିଳିଛି । ଏହି ସଂଗୀତ ଗାନ କରିବା ପାଇଁ ଲୋକସେବା ଭବନରେ ବିଶେଷ ବ୍ୟବସ୍ଥା କରାଯାଇଥିଲା । ସେହିପରି ପୋଲିସ ସେବା ଭବନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ଆୟୋଜନ କରାଯାଇ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବନ୍ଦେ ଉକ୍ରଳ ଜନନୀ ଗାନ କରିଛନ୍ତି କମିସନରେଟ୍ ପୋଲିସର ସମସ୍ତ ପୋଲିସ୍ କର୍ମଚାରୀ ।