Odia News Portal

ଆଜି ବିଧାନସଭାରେ ବଜେଟ ଉପସ୍ଥାପନ

ଭୁବନେଶ୍ବର()  ଆଜି ବିଧାନସଭା ବଜେଟ୍ ଅଧିବେଶନର ଚତୁର୍ଥ ଦିନ ।୫ଟାରେ ଉପସ୍ଥାପନ ହେବ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ । ଏହାକୁ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ପଞ୍ଚମ ପାଳି କ୍ଷମତାକୁ ଫେରିବା ସହ ଷୋଡଶ ବିଧାନସଭାର ଏହା ହେବ ନବୀନ ସରକାରଙ୍କ ପ୍ରଥମ ବଜେଟ୍ । ଆଉ ନିରଞ୍ଜନ ପୂଜାରୀ ବି ଅର୍ଥମନ୍ତ୍ରୀ ଭାବେ ତାଙ୍କ ପ୍ରଥମ ବଜେଟ୍ ଉପସ୍ଥାପନ କରିବେ ।

ତେବେ ଏଥରର ବଜେଟ୍ ଅଟକଳ ପ୍ରାୟ ୧ଲକ୍ଷ ୪୦ ହଜାର କୋଟି ଛୁଇଁବ ବୋଲି ଆକଳନ କରାଯାଉଛି । ଯାହାକି ଗତବର୍ଷ ତୁଳନାରୁ ପ୍ରାୟ ୨୦ ହଜାର କୋଟି ଅଧିକ ।

ସେବାକ୍ଷେତ୍ର, ଶିଳ୍ପ, କୃଷି ଓ ଭିତ୍ତିଭୂମି ଆଦି କ୍ଷେତ୍ର ରେ ସରକାର ପ୍ରାଧାନ୍ୟ ଦେବେ ବୋଲି ଆଲୋଚନା ହେଉଛି । ତେବେ ବାତ୍ୟା ‘ଫୋନି’ ପରବର୍ତ୍ତୀ ଥଇଥାନ ଓ ପୁନରୁଦ୍ଧାର କାମ ଫୋକସ୍ ରେ ରହିବା ଆଶା କରାଯାଉଛି। କାରଣ ବାତ୍ୟାରେ ହଜାର ହଜାର କଚ୍ଚା ଘର ମାଟିରେ ମିଶିଛି । ତାସହ ‘କାଳିଆ’ ଓ ‘ମିଶନ ଶକ୍ତି’ ପାଇଁ ମଧ୍ୟ ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ‘କାଳିଆ’ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି କରାଯାଇଥିବାରୁ ଅତିରିକ୍ତ ୩ ହଜାର ୨ଶହ ୩୪ କୋଟି ଟଙ୍କା ଆବଶ୍ୟକ ହେବ।