Odia News Portal

ଏଣିକି ସରକାରୀ କର୍ମଚାରୀଙ୍କୁ ମିଳିବ ମାସକୁ ଦୁଇଟି ଶନିବାର ଛୁଟି

ଭୁବନେଶ୍ବର()  ଏଣିକି ଗୋଟିଏ ମାସରେ ୨ଟି ଶନିବାର ଛୁଟି ରହିବ ସରକାରୀ ଅଫିସ । ମାସର ଚତୁର୍ଥ ଶନିବାର ସରକାରୀ ଛୁଟି ନେଇ ଗତ ଜୁନ ୨୨ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଉକ୍ତ ବିଜ୍ଞପ୍ତିରେ ଅଫିସ ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୫.୩୦ରେ ଶେଷ ହେବ । ଆଉ ୟାରି ମଧ୍ୟରେ ଅଧଘଂଟାଏ ଲଂଚ ବ୍ରେକ ରହିଛି । ସାଢେ ଗୋଟାଏରୁ ୨ଟା ଯାଏ ରହିବ କର୍ମଚାରୀଙ୍କ ଲଂଚ ଆୱାର ।

କିନ୍ତୁ ପୂର୍ବଭଳି ଦ୍ୱିତୀୟ ଶନିବାର ଛୁଟି ରହିବ ନା ନାହିଁ ସେନେଇ କିଛି ସୂଚନା ନଥିବାରୁ କର୍ମଚାରୀମାନେ ଦ୍ୱନ୍ଦ୍ୱରେ ରହିଥିଲେ। ତେବେ ଆଜି ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଛି। ପ୍ରତି ମାସର ଦ୍ୱିତୀୟ ଶନିବାର ପୂର୍ବଭଳି ଛୁଟି ରହିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।