Odia News Portal

ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ: ନବୀନ ପଟ୍ଟନାୟକ

ଓଡ଼ିଶାରେ ୪ଟି ପର୍ୟ୍ୟାୟରେ ମତଦାନ ହେବ । ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୯ ନିର୍ବାଚନରେ ବିଜେଡି ବହୁତ ଭଲ କରିବ । ଖୁବ୍ଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ । ଟିକେଟ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍ଶୀଘ୍ର ପ୍ରଥମ ପର୍ୟ୍ୟାୟ ତାଲିକା ପ୍ରକାଶ ପାଇବ । ଦଳରେ ସମସ୍ତଙ୍କୁ ଉପଯୁକ୍ତ ସ୍ଥାନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଅନ୍ୟପଟେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ୩ ସାଂସଦ। କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ , ଯାଜପୁର ସାଂସଦ ରୀତା ତରାଇ ଓ ବରଗଡ଼ ସାଂସଦ ପ୍ରଭାସ ସିଂ ନବୀନଙ୍କୁ ଭେଟିଛନ୍ତି।

ତେବେ ଲଗାତାର ୪ ଥର ନିର୍ବାଚନ ଜିତିବା ପରେ ଏଥର ୫ମ ଥର ପାଇଁ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଚନ୍ତି ନବୀନ । ଗୋଟିଏ ପଟେ ପୁଲୱାମା ପରେ ମୋଦିଙ୍କ ହାୱା ଆଉ ଗୋଟିଏ ପଟେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ନୂଆ ଜୋଶ ନେଇ କଂଗ୍ରେସର ରଣନୀତି, ଆଉ ତା ଭିତରେ ସ୍ୱଚ୍ଛ ରାଜନୀତି ଓ ଓଡିଶା ବିକାଶର ନାରା ଦେଇ ନିର୍ବାଚନ ଲଢିବାକୁ ଯାଉଛନ୍ତି ନବୀନ । ଓଡିଶାବାସୀଙ୍କ ସମର୍ଥନ ହାସଲ ପାଇଁ ୪ର୍ଥ ପାଳିରେ ନବୀନ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ଗୋଟିଚାଳନା କରିଛନ୍ତି, ତା ଭିତରେ କାଳିଆ, ପୀଠା ଓ ମିଶନ ଶକ୍ତି ପ୍ରମୁଖ ରହିଛି ।