Odia News Portal

କ୍ରୀଡାବିତଙ୍କ ଭତ୍ତା ବଢିଲା

ଭୁବନେଶ୍ୱର()  ରାଜ୍ୟ ସରକାର ଛାତ୍ରାବାସରେ ରହୁଥିବା କ୍ରୀଡାବିତ ମାନଙ୍କର ଭତ୍ତା ବୃଦ୍ଧି କରିଛନ୍ତି । ଏହି ଭତ୍ତା ବୃଦ୍ଧି ନିଷ୍ପତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । କ୍ରୀଡା ହଷ୍ଟେଲରେ ଛାତ୍ରୀମାନଙ୍କ ପାଇଁ ମାସିକ ଭତ୍ତାକୁ ୨୦୦ ଟଙ୍କାରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଛାତ୍ର ମାନଙ୍କ ପାଇଁ ଭତ୍ତା ମାସିକ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଜାତୀୟ ସ୍ପୋର୍ଟ୍ସ ଫେଡେରେସନ ଦ୍ବାରା ସ୍ବୀକୃତି ପ୍ରାପ୍ତ ବା ତତୁଲ୍ୟ ସ୍ତରର କ୍ରୀଡା ପ୍ରତିଯୋଗିତାରେ ଭାଗ ନେବା ପାଇଁ ସହର ବାହାରକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ୩୦୦ ଟଙ୍କା ଭତ୍ତା ଦିଆଯିବ।

ଜାତୀୟ ସ୍ତରର ପ୍ରତିଯୋଗିତା ରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା କ୍ରୀଡାବିତମାନଙ୍କୁ ଏକ ବର୍ଷ ପାଇଁ ମାସିକ ୧୦୦୦ ଟଙ୍କା ଏବଂ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିବା କ୍ରୀଡାବିତ୍ ମାନଙ୍କୁ ମାସିକ ଯଥାକ୍ରମେ ୫୦୦ ଓ ୩୦୦ ଟଙ୍କା ଏକ ବର୍ଷ ପାଇଁ ଭତ୍ତା ଦିଆଯିବ।

ଯଦି ମେଡାଲ ଜିତିଥିବା ଜଣେ କ୍ରୀଡାବିତ୍ ଏକ ଜାତୀୟ ରେକର୍ଡ ସୃଷ୍ଟି କରନ୍ତି ଏବଂ ସେହି ରେକର୍ଡ ଏକବର୍ଷ ମଧ୍ୟରେ ଭଙ୍ଗ ନହୁଏ, ତେବେ ସେହି କ୍ରୀଡାବିତଙ୍କୁ ଏକବର୍ଷ ପର୍ୟ୍ୟନ୍ତ ମାସିକ ୫୦୦୦ ଟଙ୍କା ଅତିରିକ୍ତ ଭତ୍ତା ଦିଆଯିବ।